ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା | ଗଜବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂତ୍ତ||

0 68

ପୁରୀ: ଆଜି ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀକୁ ଓହ୍ଲାଇ ଆସିବେ ଶ୍ରୀଜୀଉ । ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା । ଦୁଇବର୍ଷ ପରେ ଚର୍ମଚକ୍ଷୁରେ ଅତି ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ସ୍ନାନ ଓ ହାତୀବେଶ ଦେଖିବେ ଶ୍ରଦ୍ଧାଳୁ । ଏଥିପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲକ୍ଷାଧିକ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରାକୁ ଦେଖିବ ପାଇଁ । ଆଜି ସେନାପଟା ଲାଗି କାର୍ଯ୍ୟ ସମ୍ପାଦନ କରିଛନ୍ତି ଦଇତାପତି ସେବାୟତ । ସୁନାକୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପୀଡ଼ିତ ଶ୍ରୀଜୀଉ ଅଣସରରେ ରହିବେ । ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ପୁରୀ ଜଗିବେ ୫୨ ପ୍ଲାଟୁନ୍‌ଫୋର୍ସ । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍‌ଜାକ୍ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସ୍‌ପି, ୨୧ ଡିସିପି ଓ ଅନ୍ୟ ଅଧିକାରୀ ନିୟୋଜିତ ହେବେ । ଶ୍ରୀମନ୍ଦିର ସହିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ୪୦ରୁ ଊର୍ଦ୍ଧ୍ୱ ସିସିଟିଭି କ୍ୟାମେରା ଲାଗିବ । ମହାପ୍ରଭୁଙ୍କ ଗଜାନନ ବେଶ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ
ପ୍ରବଳ ଆଗ୍ରହ ରହିଛି । ତେଣୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା କରାଯାଉଛି । ଏଥିପାଇଁ ଟ୍ରାଫିକ୍‌ କଟକଣା ଏବଂ ପାର୍କିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀକୁ ଭୁବନେଶ୍ୱରକୋଣାର୍କ ପଟୁ ଆସୁଥିବା ସମସ୍ତ ଯାତ୍ରୀବାହି ପୁରୀ, ଆଜି ରତ୍ନ
ସିଂହାସନ ଛାଡ଼ି ସ୍ନାନବେଦୀକୁ ଓହ୍ଲାଇ ଆସିବେ ଶ୍ରୀଜୀଉ । ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା । ଦୁଇବର୍ଷ ପରେ ଚର୍ମଚକ୍ଷୁରେ ଅତି ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ସ୍ନାନ ଓ ହାତୀବେଶ ଦେଖିବେ ଶ୍ରଦ୍ଧାଳୁ । ଏଥିପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲକ୍ଷାଧିକ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରାକୁ ଦେଖିବ ପାଇଁ । ଆଜି ସେନାପଟା ଲାଗି କାର୍ଯ୍ୟ ସମ୍ପାଦନ କରିଛନ୍ତି ଦଇତାପତି ସେବାୟତ । ସୁନାକୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଅତ୍ୟଧିକ ସ୍ନାନ
ଯୋଗୁ ଜ୍ୱରରେ ପୀଡ଼ିତ ଶ୍ରୀଜୀଉ ଅଣସରରେ ରହିବେ । ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ପୁରୀ ଜଗିବେ ୫୨ ପ୍ଲାଟୁନ୍‌ ସରଧାବାଲି ବସ୍‌ଷ୍ଟାଣ୍ଡରେ ପାର୍କିଂ କରିବେ । ପୁରୀରେ ଚଳାଚଳ କରୁଥିବା ଟାଉନ ବସ୍‌ ବଡ଼ଦାଣ୍ଡର ମେଡିକାଲ ଛକ ଯାଏ ଯାଆସ କରିବେ । ସେହିପରି ଦୁଇଚକିଆ ଯାନଗୁଡ଼ିକ ବଡ଼ଦାଣ୍ଡରୁ ମରିଚୀକୋଟ ଛକଠାରୁ ମାର୍କେଟ ଛକ ଯାଏ ପାର୍କିଂ କରିବେ । ଚାରିଚକିଆ ଯାନ ପାର୍କିଂ ପାଇଁ ଜଗନ୍ନାଥ ବଲ୍ଲଭ ମଠ, ସରଧାବାଲି ଯାତ୍ରିକା, ବ୍ଲୁ ଫ୍ଲାଗ୍ ବିଚ୍ ଦିଗବାରେଣୀ
ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.