ସଂସଦରୁ ସଡ଼କ: ସବୁଠି ଅଧିରଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ

0 70

କେନ୍ୟୁଜ୍‌(ବ୍ୟୁରୋ): ରାଷ୍ଟ୍ରପତିଙ୍କୁ ନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ତୀବ୍ର ବିରୋଧ । ରାଷ୍ଟପତି ୍ର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି ମନ୍ତବ୍ୟ ଦେଇଥିଲେ ଅଧିର ରଞ୍ଜନ ଚୌଧୁରୀ । ପାର୍ଲାମେଣ୍ଟରୁ ବିଧାନସଭା ସବୁଠି ଅଧିରଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ । ସଂସଦରେ ଏହାକୁ ତୀବ୍ର ବିରୋଧ କରାଯାଇଛି । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ପାଇଁ ସୋନିଆ ଗାନ୍ଧି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦର ଉଭୟ ଗୃହରେ ଏହାକୁ ନେଇ ପ୍ରବଳ ହୋହଲ୍ଲା ହୋଇଥିଲା । ଫଳରେ ସଂସଦ ବାରମ୍ବାର ମୁଲତବୀ ହୋଇଥିଲା । ବିଜେପିର ସାଂସଦ ମାନେ ସଂସଦ ଆଗରେ ପ୍ଲାକାର୍ଡ ଧରି ଅଧିରଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ । ସେପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରତିକ୍ରିୟା ରଖି କହିଛନ୍ତି, ଭୁଲବଶତଃ ଅଧିରଙ୍କ ପାଟିରୁ ଏଭଳି ଶବ୍ଦ ବାହାରିଥିଲା । ଏଥିପାଇଁ ସେ କ୍ଷମା ମାଗି ସାରିଛନ୍ତି ବୋଲି କହିଛନ୍ତି ସୋନିଆ ।

Leave A Reply

Your email address will not be published.