ଗତବର୍ଷ ଅପେକ୍ଷା ବଢିଛି ଅଟା, ତେଲ, ଚାଉଳ ଓ ଡାଲି ଦର ୦.୯% ଖସିଲା ଆମେରିକା ଜିଡ଼ିପି

0 72

ନୂଆଦିଲ୍ଲୀ ୨୯ ।୦୭: ବଜାରରେ ଅଟା, ତେଲ, ଚାଉଳ ଓ ଡାଲିର ଦର କମିଛି । ଗତମାସର ଦର ସହ ତୁଳନା କଲେ ଢେର ନରମ ପଡିଛି । ହେଲେ ଗତବର୍ଷ ଦର ସହ ତୁଳନା କଲେ ଏବେବି ଦର ବେଶ୍ ଉଚ୍ଚା ରହିଛି । ଗତ ଏକ ମାସରେ ସୋରିଷ ତେଲ ମୂଲ୍ୟରେ ୨.୮୯ ପ୍ରତିଶତ ହ୍ରାସ ହୋଇଛି । ତେବେ ଗତ ବର୍ଷ ତୁଳନାରେ ୨.୮୭ ପ୍ରତିଶତ ମହଙ୍ଗା ରହିଛି । ସେହିପରି ବଜାରରେ ବୁଟ ଡାଲି ୧.୭୫ ପ୍ରତିଶତ ଶସ୍ତା ହୋଇଛି । ବଜାର ଦରର ତାଜା ତଥ୍ୟ ଉପଭୋକ୍‌ତା ମନ୍ତ୍ରାଳୟ ୱେବସାଇଟ୍‌ରେ ଜାରି କରାଯାଇଛି । ଦିଲ୍ଲୀରେ ଗତବର୍ଷ ଜୁଲାଇ ୨୮ ତାରିଖରେ କେଜି ପିଛା ବୁଟ ଡାଲିର ଖୁଚୁରା ମୂଲ୍ୟ ୭୭ ଟଙ୍କା ଥିଲା । ଯାହା ଏବେ ବଜାରରେ କେଜି ପିଛା ୭୦ ଟଙ୍କା ଦରରେ କାରବାର ହେଉଛି । ସେହିପରି ହରଡ ଡାଲିର ଗତବର୍ଷ ଦିଲ୍ଲୀରେ କେଜି ପିଛା ଖୁଚୁରା ମୂଲ୍ୟ ୧୧୨ ଟଙ୍କା ଦରରେ ବିକ୍ରି ହେଉଥିଲା । ଚଳିତବର୍ଷ ଏହା ୪ ଟଙ୍କା ଶସ୍ତା ହୋଇ ୧୦୮ ଟଙ୍କା ଦରରେ କାରବାର କରୁଛି । ସେହିପରି ଦିଲ୍ଲୀରେ ବର୍ଷକ ପୂର୍ବେ ସୋରିଷ ତେଲ ଲିଟର ପିଛା ୧୭୦ ଟଙ୍କା ଦରରେ ବିକ୍ରି ହେଉଥିଲା । ତେବେ ଚଳିତବର୍ଷ ଏହି ଦର ୧୭୯ ଦରରେ କାରବାର କରୁଛି । ଏହି ଦର ଚେତ୍ତାଇରେ ସର୍ବାଧିକ ୧୯୨ ଟଙ୍କା ରହିଛି । ସୂର୍ଯ୍ୟମୁଖୀ ତେଲ ଲିଟରପିଛା ଦର ୧୯୧ ଟଙ୍କାରୁ ହ୍ରାସ ହୋଇ ୧୦୭ ଟଙ୍କାକୁ ପହଞ୍ଚିଯାଇଛି । ତେବେ ପାମ ତେଲ ୧୨୯ ଟଙ୍କା ବଦଳେ ଲିଟର ପିଛା ୧୪୧ ଟଙ୍କା ଦରରେ କାରବାର ହେଉଛି । ସେହିପରି ବଜାରରେ ଚାଉଳ ୧.୬୭ ପ୍ରତିଶତ, ଗହମ ୧୧.୭ ପ୍ରତିଶତ, ଚିନି ୬.୧୦ ପ୍ରତିଶତ ଓ ଅଟା ୧୧.୭୩ ପ୍ରତିଶତ ମହଙ୍ଗା ହୋଇଛି ।

Leave A Reply

Your email address will not be published.