ରାଜ୍ୟସଭାରେ ୩ ବିଲ୍ ଉପସ୍ଥାପନା କଲେ ସସ୍ମିତ ପାତ୍ର

0 62

ନୂଆଦିଲ୍ଲୀ/ଭୁବନେଶ୍ୱର, ୫ା୮(ଡିକେ ନ୍ୟୁଜ): ରାଜ୍ୟସଭାରେ ତିନିଟି ବିଲ୍ ଉପସ୍ଥାପନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପ୍ରଥମେ ଶାଳପତ୍ର ସଂଗ୍ରହକାରୀ ଏବଂ ବ୍ୟବସାୟୀଙ୍କ କଲ୍ୟାଣ ପାଣ୍ଠି ବିଲ୍ ୨୦୨୨ନୂଆ ଉପସ୍ଥାପନା କରିଥିଲେ । ବିଲରେ ଶାଳପତ୍ର ସଂଗ୍ରହକାରୀ ଏବଂ ବ୍ୟବସାୟୀଙ୍କ ମଙ୍ଗଳ ଲାଗି ଏକ ବୋର୍ଡ ଗଠନ କରିବା ପାଇଁ ବ୍ୟବସ୍ଥା ରହିଛି । ଦ୍ୱିତୀୟରେ ମାନବ ଚାଲାଣ ନିରୋଧୀ, ସୁରକ୍ଷା ଏବଂ ପୀଡିତଙ୍କୁ ସୁରକ୍ଷା ଦେବା ପାଇଁ ବିଲର ଉପସ୍ଥାପନା କରିଥିଲେ । ଏହି ବିଲ୍ ମାଧ୍ୟମରେ ମହିଳା ଓ ଶିଶୁ ଚାଲାଣ ରୋକିବା ସହ ସେମାନଙ୍କ ସୁରକ୍ଷା ଏବଂ ଥଇଥାନ ପାଇଁ ବ୍ୟବସ୍ଥା ରହିଛି । ଏଥିସହ ଦୋଷୀଙ୍କୁ କଡା ଦଣ୍ଡ ଦେବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ତୃତୀୟରେ ରାଜ୍ୟ ପୁନର୍ଗଠନ କମିଶନ ବିଲ୍ ଉପସ୍ଥାପନା କରିଥିଲେ । ଏହାଦ୍ୱାରା ଭାଷାଗତ, ସାଂସ୍କୃତିକ, ଆର୍ଥିକ ଏବଂ ପ୍ରାଶାସନିକ ଦୃଷ୍ଟିକୋଣରୁ ଲୋକଙ୍କ ମଙ୍ଗଳ ପାଇଁ ରାଜ୍ୟର ପୁନର୍ଗଠନ ପାଇଁ ଏକ କମିଶନ ଗଠନ ହେବ । ଏହି ତିନିଟି ଯାକ ବିଲ୍ ରାଜ୍ୟସଭାରେ ବାଚନିକ ଭୋଟରେ ପାରିତ ହୋଇଥିଲା ।

Leave A Reply

Your email address will not be published.