ଆକାଶ ବାଇଜୁସ୍ ଦେବ ମାଗଣା କୋଚିଂ ଓ ଶିକ୍ଷା ବୃତ୍ତି ହିତୋପଦେଶ

0 51

ଭୁବନେଶ୍ୱର,୧୧ା୮: ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା ଲାଗି ଆକାଶ ବାଇଜୁସ୍ ଜାତୀୟ ସ୍ତରର ପ୍ରକଳ୍ପ \”ସମସ୍ତଙ୍କ ପାଇଁ ଶିକ୍ଷା\’ ଘୋଷଣା କରାଯାଇଛି । ଏଥିରେ ବଞ୍ଚିତ ବର୍ଗର ସପ୍ତମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବିଶେଷ କରି ଛାତ୍ରୀମାନଙ୍କୁ ମାଗଣା ନିଟ୍ ଓ ଜେଇଇ କୋଚିଂ ଓ ଶିକ୍ଷା ବୃତ୍ତି ପ୍ରଦାନ କରାଯିବ । ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଉପକୃତ ହେବେ । ଆଜି ଦେଶର ୪୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଭୁବନେଶ୍ୱରରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି କାର୍ଯ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି । ଜାତୀୟ ସ୍ତରରେ ଆକାଶ ବାଇଜୁସ୍ ଅଧ୍ୟକ୍ଷ ଜେ.ସି. ଚେଧୁରୀ, ପରିଚାଳନା ନିର୍ଦ୍ଦେଶକ ଆକାଶ ଚେଧୁରୀ ଓ ସିଇଓ ଅଭିଶେକ ମାହେଶ୍ୱରୀ ଏହି କାର୍ଯ୍ୟକ୍ରମକୁ ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଆକାଶ ବାଇଜୁସ୍ ପ୍ରତିଭା ଅନ୍ୱେଷଣ ପରୀକ୍ଷା ୨୦୨୨ (ଆନ୍ଥେ ୨୦୨୨) ଦେବାକୁ ପଡ଼ିବ । ଏହି ପରୀକ୍ଷା ଚଳିତ ବର୍ଷ ନଭେମ୍ବର ୫ରୁ ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଉଭୟ ଅନ୍‌ଲାଇନ୍ ଓ ଅପ୍‌ଲାଇନ୍‌ରେ ପରୀକ୍ଷା କରାଯିବ । ଆନ୍ଥେ ଶିକ୍ଷା ବୃତ୍ତି ବାଦ ସମସ୍ତଙ୍କ ପାଇଁ ଶିକ୍ଷା ଅଭିଯାନରେ ଶିକ୍ଷା ବୃତ୍ତି ଦିଆଯିବ । କିଛି ଛାତ୍ରଛାତ୍ରୀଙ୍କୁ ୧୦୦% ଶିକ୍ଷା ବୃତ୍ତି ଓ ନଗଦ ରାଶି ପୁରସ୍କାର ମଧ୍ୟ ଦିଆଯିବ । ଏହା ବ୍ୟତୀତ ପାଞ୍ଚ ଜଣ ବିଦ୍ୟାର୍ଥୀ ନିଜ ଅଭିଭାବକଙ୍କ ସହ ନାସା ଭ୍ରମଣ କରିବାର ସୁଯୋଗ ପାଇବେ । ଶ୍ରେଷ୍ଠ ୨୦୦୦ ସ୍ଥାନରେ ଥିବା ବିଦ୍ୟାର୍ଥୀମାନଙ୍କୁ ମାଗଣା କୋଚିଂ ପ୍ରଦାନ କରାଯିବ । ଏହି ଅବସରରେ ଆକାଶ ବାଇଜୁସ୍‌ ଆଞ୍ଚଳିକ ନିର୍ଦ୍ଦେଶକ (ପୂର୍ବାଞ୍ଚଳ) ଅଜୟ ବାହାଦୂର ସିଂହ, ଆର୍‌ଏସ୍‌ଜିଏଚ୍‌ (ଓଡ଼ିଶା) ବିକାଶ ଦାସ ଓ ଏକାଡେମିକ୍‌ ଡାଇରେକ୍ଟର (ଓଡ଼ିଶା) ସୂର୍ଯ୍ୟ ଭାନୁ ସିଂହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.