ଫୁଡ୍‌ ବିଜନେସ୍‌କୁ ଦୁଇଗୁଣ କରିବା ଲକ୍ଷ୍ୟରେ ଆଦାନୀ ଗ୍ରୁପ

0 66

ନୂଆଦିଲ୍ଲୀ : ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ୱିଲମର ଲିମିଟେଡ୍‌ ଏବେ ଦେଶ ବିଦେଶରେ ନୂଆ ଅଧିଗ୍ରହଣ ଯୋଜନା ଉପରେ କାମ କରୁଛି । ନୂଆ ବ୍ରାଣ୍ଡ୍ସର ଅଧିଗ୍ରହଣ ଜରିଆରେ ଗୌତମ ଆଦାନୀ ନିଜ ଫୁଡ୍ସ ବିଜନେସକୁ ବଢାଇ ଦୁଇଗୁଣା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଅଗଷ୍ଟ ଏଜିଏମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ନିଜ କଞ୍ଜ୍ୟୁମର ଗୁଡ୍ସ ବିଜନେସକୁ ଲଞ୍ଚ କରିବା ଘୋଷଣା ପରେ ଆଦାନୀ ୱିଲମର ଲିମିଟେଡ୍‌ ନିଜ ପ୍ରସ୍ତୁତି ବଢାଇଦେଇଛି । ଆଦାନୀ ୱିଲମରର ଚିଫ୍‌ ଏଗଜିକ୍ୟୁଟିଭ୍‌ ଅଫିସର ତଥା ମ୍ୟାନେଜିଂ ଡାଇରେକ୍ଟର ଆଙ୍ଗଶୁ ମଲ୍ଲିକ୍‌ କହିଛନ୍ତି କି “ଆମେ ନିଜ ପ୍ରଡକ୍ସନ ଏବଂ ଏହାର ଡିଷ୍ଟ୍ରିବ୍ୟୁସନ ବଢାଇବା ପାଇଁ ବ୍ରାଣ୍ଡ୍ସର ଅଧିଗ୍ରହଣ କରିବା ଉପରେ ବିଚାର କରୁଛୁ । ମାର୍ଚ୍ଚ ୨୦୨୩ ସୁଦ୍ଧା ଆମେ ଅନେକ ଅଧିଗ୍ରହଣ ପୁରା କରିବୁ ।’ ମନିକଣ୍ଟ୍ରୋଲରେ ଦିଆଯାଇଥିବା ରିପୋର୍ଟ ଅନୁସାରେ ଆଦାନୀ ୱିଲମର ନିଜ ଆଇପିଓର ଲିଷ୍ଟିଂ ପରଠୁ ୫ ଅରବ ଟଙ୍କା(୬୨.୯ ଲକ୍ଷ ଡଲାର)ର ରାଶି ହାସଲ କରିଛି । କମ୍ପାନୀର ସେୟାର ଫେବୃୟାରୀ ୨୦୨୨ରେ ଏହାର ଲିଷ୍ଟିଂ ପରଠୁ ୩ ଗୁଣା ବଢିଛି । ୟୁଏନ୍‌ ଫୁଡ୍‌ ଏଣ୍ଡ ଏଗ୍ରିକଲ୍‌ଚର ଅର୍ଗାନାଇଜେସନ ଅନୁସାରେ ଭାରତର ଖାଦ୍ୟ ଉତ୍ପାଦନ ଉଦ୍ୟେଗ ପ୍ରାୟ ୪୦୦ ଅରବ ଡଲାର । ଏହି ମାର୍କେଟରେ ନିଜ କବଜା ହାସଲ କରିବା ପାଇଁ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ଏବଂ ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲାଗିଛନ୍ତି । ଆଦାନୀ ୱିଲମର ନିକଟରେ ଅନେକ ବ୍ରାଣ୍ଡ୍ସର ଅଧିଗ୍ରହଣ କରିଛି ଯେଉଁଥିରେ ସ୍‌ୱିଜରଲ୍ୟାଣ୍ଡର ର କୋହିନୁର ବ୍ରାଣ୍ଡ୍‌ ସାମିଲ । ଏହି ଡିଲ୍‌ ଜରିଆରେ ଆଦାନୀ ୱିଲମରକୁ କୋହିନୁର ବାସୁମତି ଚାଉଳ ସହିତ ରେଡି ଟୁ କୁକ୍‌, ରେଡି ଟୁ ଇଟ୍‌ କରି ଏବଂ ମିଲ୍ସ ପ୍ରଡକ୍ଟ୍ସର ଏକ୍ସଲୁସିଭ୍‌ ଅଧିକାରୀ ମିଳିଛି । ଏହା ବ୍ୟତୀତ ଆଦାନୀ ଗ୍ରୁପ୍‌ ଗତ ବର୍ଷ ୩୨ କମ୍ପାନୀ କିଣିଥିଲା ଯାହାର ସମୁଦାୟ ମୂଲ୍ୟ ୧୭ ଅରବ ଡଲାର ପାଖାପାଖି ହେବ ।

Leave A Reply

Your email address will not be published.