ଗାନ୍ଧି ଜୟନ୍ତୀରୁ ମାସେ ବ୍ୟାପୀ ପଦଯାତ୍ରା ବିଜେଡି ଏକ ସାମୂହିକ ଆନ୍ଦୋଳନ

0 47

ଭୁବନେଶ୍ୱର, ୨୭ା୯(ଡିକେ ନ୍ୟୁଜ): ବିଜେଡି ଏକ ସାମୂହିକ ଆନ୍ଦୋଳନ । ପୂର୍ଣ୍ଣ ଜନ ଆନ୍ଦୋଳନରେ ପରିଣତ ହୋଇଛି ବିଜେଡି । ଗାନ୍ଧି ଜୟନ୍ତୀରୁ ମାସେ ବ୍ୟାପୀ ପଦଯାତ୍ରା କରିବ ଦଳ । ପ୍ରତି ୱାର୍ଡଠୁ ନେଇ ପଞ୍ଚାୟତ, ବ୍ଲକ୍‌ ଓ ମ୍ୟୁନିସିପାଲିଟି ସ୍ତରରେ ଏହି କାର୍ଯ୍ୟକ୍ରମ କରାଯିବ । ଯେଉଁଥିରେ ରାଜ୍ୟ ସରକାରଙ୍କ ସଫଳତା ବାବଦରେ ଲୋକଙ୍କୁ ଅବଗତ କରାଇବ ବିଜେଡି । ନଭେମ୍ବର ୨ ତାରିଖରେ ଜିଲ୍ଲାସ୍ତରୀୟ ସମାବେଶରେ ଶପଥ ମାଧ୍ୟମରେ ପଦଯାତ୍ରା ଶେଷ ହେବ । ପଦଯାତ୍ରା ପୂର୍ବରୁ ୨୯ ଓ ୩୦ ତାରିଖରେ ଦୁଇ ଦିନ ଭୁବନେଶ୍ୱରରେ ବସିବ ପ୍ରସ୍ତୁତି ବୈଠକ । ବୈଠକରେ ମତ ବିନିମୟ ହେବ । ପଦଯାତ୍ରା କିଭଳି ଗାଁରୁ ସହର ଯାଏ ବ୍ୟାପକ କରାଯିବ ସେନେଇ ନିର୍ବାଚିତ ପ୍ରତିନିଧି ଓ ନୂଆ କରି ଦଳର ଛାମୁଆ ସଙ୍ଗଠନର ପ୍ରତିନିଧି ଯୋଗଦେବେ । ବରମୁଣ୍ଡା ପଡିଆରେ ଆୟୋଜନ ହେବ ଏହି ସମ୍ମିଳନୀ । ୨୯ ତାରିଖରେ ଯୁବ, ଛାତ୍ର ଓ ମହିଳା ସଂଗଠନର ରାଜ୍ୟ ଓ ଜିଲ୍ଲାସ୍ତରୀୟ ପ୍ରତିନିଧି ଓ ଗଠିତ ହୋଇଥିବା କ୍ୟାମ୍ପସ୍‌ କମିଟିର ପ୍ରତିନିଧିଙ୍କୁ ନେଇ ବୈଠକ ହେବ । ଯେଉଁଥିରେ ଦୁଇ
ହଜାରରୁ ଅଧିକ ପ୍ରତିନିଧି ଯୋଗଦେବେ । ୩୦ ତାରିଖରେ ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ୍‌, ଭାଇସ ଚେୟାରମ୍ୟାନ୍‌, ୩ ମହାନଗର ନିଗମ ମେୟର ଓ କର୍ପୋରେଟରମାନେ ଉପସ୍ଥିତ ରହିବେ । ପଦଯାତ୍ରା ପ୍ରସ୍ତୁତି ଓ ପଦଯାତ୍ରା ସମୟରେ କେଉଁ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଞ୍ଚାଯିବ ସେନେଇ ଦୁଇଦିନ ଆଲୋଚନା ହେବ ।

Leave A Reply

Your email address will not be published.