କମିବ ନାହିଁ ପେଟ୍ରୋଲ-ଡିଜେଲ୍‌ ଦାମ

0 77

ନୂଆଦିଲ୍ଲୀ: ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପ୍ରତି ୪୦ ପଇସା କମିବ ବୋଲି ସୋମବାର ଘୋଷଣା କରିଥିଲେ ତୈଳ ବିପଣନକାରୀ କମ୍ପାନି । ମଙ୍ଗଳବାର ସକାଳ ୬ଟା ଠାରୁ ନୂଆ ମୂଲ୍ୟ ଲାଗୁ ହେବ ବୋଲି ସୂଚନା ମିଳିଥିଲା । ଏପରିକି ପେଟ୍ରୋଲ ଓ ଡିଜେଲ ଦରର ୪୦-୪୦ ପଇସା ହ୍ରାସ କରିବା ପାଇଁ ତୈଳ କମ୍ପାନୀଗୁଡ଼ିକ ନିଷ୍ପତ୍ତି ନେଇଥିଲେ । ଏହା ଜନତାଙ୍କ ପାଇଁ ବଡ ଆଶ୍ୱସ୍ତିକର ଖବର ଥିଲା ତେବେ ମଙ୍ଗଳବାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଘଟିଛି । ଇଣ୍ଡିଆନ ଓଏଲ କର୍ପୋରେସନ(ଆଇଓସି) କହିଛି ଯେ, ସୋମବାର ପେଟ୍ରୋଲ ଏବଂ ଡିଜେଲ୍‌ ଲିଟର ପିଛା ୪୦ ଟଙ୍କା ହ୍ରାସ ନେଇ ଯେଉଁ ଘୋଷଣା ହୋଇଥିଲା ତାହା ଲାଗୁ ହେବ ନାହିଁ । ଫଳରେ ନୂଆଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୯୬.୭୨ ଟଙ୍କାରେ ସ୍ଥିର ରହିଥିବା ବେଳେ ମୁମ୍ବାଇରେ ୧୦୬.୩୧, କୋଲକାତାରେ ୧୦୬.୦୩ ଓ ଚେନ୍ନାଇରେ ୧୦୩.୬୩ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ୧୦୩.୧୧ ପଇସା ରହିଛି । ଏହା ପୂର୍ବରୁ ଏପ୍ରିଲ ମାସରେ ଶେଷ ଥର ତେଲ ମୂଲ୍ୟରେ ହ୍ରାସ ପାଇଥିଲା । ମେ ୨୨ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ କେନ୍ଦ୍ରୀୟ ଶୁଳ୍କ ହ୍ରାସ କରିଥିଲେ । ସୂଚନାଯୋଗ୍ୟ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତୈଳ ଦରରେ ୪୦ ପଇସା ଲେଖାଏଁ ହ୍ରାସ ହେବ ବୋଲି କୁହାଯାଇଥିଲା । ଏମିତି ହେଲେ ପେଟ୍ରୋଲ ଓ ଡିଜେଲ ଦରର ମୋଟ ୨ ଟଙ୍କା ହ୍ରାସ ହେଉଥିଲା । ତେବେ ୨୪ ଘଣ୍ଟା ନଯାଉଣୁ ଆଇଓସି ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ।

Leave A Reply

Your email address will not be published.