ବାଜିଲା ପଦ୍ମପୁର ଉପନିର୍ବାଚନ ବିଗୁଲ୍‌ ଡିସେମ୍ବର ୫ରେ ମତଦାନ: ୮ରେ କାଉଣ୍ଟିଂ

0 49

ଭୁବନେଶ୍ୱର, ୫ା୧୧(ଡିକେ ନ୍ୟୁଜ): ଭାରତର ନିର୍ବାଚନ କମିସନ ଶନିବାର ପଦ୍ମପୁର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣର ତାରିଖ ଘୋଷଣା କରିଛନ୍ତି । ଆଗାମୀ ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ଲାଗି ଭୋଟ୍‌ ହେବ । ପଦ୍ମପୁର ବିଧାନସଭା ମଣ୍ଡଳୀର ଉପନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ଅର୍ଥାତ୍‌ ଆଜିଠାରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସହ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପଦ୍ମପୁରରେ ଡିସେମ୍ବର ୫ରେ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ । ଏଥିପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ, ନଭେମ୍ବର ୧୭ ସୁଦ୍ଧା ନାମାଙ୍କନପତ୍ର ଦାଖଲ, ନଭେମ୍ବର ୧୮ରେ ପ୍ରାର୍ôଥପତ୍ର ଯାଞ୍ଚ, ନଭେମ୍ବର ୨୧ ସୁଦ୍ଧା ପ୍ରାର୍ôଥପତ୍ର ପ୍ରତ୍ୟାହାର ହେବ । ଡିସେମ୍ବର ୮ରେ ଭୋଟ୍‌ ଗଣତି ଓ ଡିସେମ୍ବର ୧୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ସୂଚନାଯୋଗ୍ୟ, ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ତାରିଖରେ ପରଲୋକ ହେବା ପରେ
ଓଡ଼ିଶା ବିଧାନସଭାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ବିଜ୍ଞପ୍ତି ଜାରି କରିଥିଲେ । ପଦ୍ମପୁର ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିବା ପରେ ପ୍ରାର୍ଥୀ ଖୋଜାଆରମ୍ଭ କରିଦେଇଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି-ବିଜେପି ଓ କଂଗ୍ରେସ । ପଦ୍ମପୁର ଗଡ଼ ସୁରକ୍ଷିତ ରଖିବାକୁ ବିଜେଡି ଆରମ୍ଭ କରିଦେଇଛି କସରତ୍‌ । ବିଜୟ ରଞ୍ଜନଙ୍କ ପରଲୋକ ପରେ ଖାଲି ପଡ଼ିଛି ଏହି ଆସନ । ଉପନିର୍ବାଚନରେ ପୁଣିଥରେ ଗଡ଼ ଦଖଲ କରିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ôଚଗଲେଣି ବିଜେଡି ନେତା । ବିଗତ ଉପନିର୍ବାଚନ ଗୁଡ଼ିକ ଉପରେ ନଜର ପକାଇଲେ ବିଜୟୀ ବିଧାୟକଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରେ ବିଜେଡି । ହେଲେ ବିଜୟ ରଞ୍ଜନ ବରିହାଙ୍କ ପରିବାରରୁ ପ୍ରାର୍ଥିତ୍ୱକୁ ନେଇ ଏଯାଏ କିଛି ନିଷ୍ପତ୍ତି ନେଇନି ଦଳ । ବିଜୟ ସମ୍ଭାବନା ସହିତ ଗ୍ରହଣୀୟ ନେତାଙ୍କ ନାଁରେ ମୋହର ମାରିବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁରକୁ ବିକାଶର ଭେଟି ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ହେଉଛି ବିଜେଡିର ପୁଞ୍ଜି । ବିଜେପି ପଦ୍ମପୁରରୁ ବାରମ୍ବାର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସବୁ ସମୟରେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଆସିଛି । ଏଠାରୁ ବିଜେଡିର ବିଜୟ ରଞ୍ଜନ ବରିହା ୫ଥର ବିଧାୟକ ହୋଇଥିବା ବେଳେ କଂଗ୍ରେସର ଶ୍ରୀ ସାହୁ ତିନିଥର ବିଧାୟକ ହୋଇଛନ୍ତି । ୨୦୧୪ରେ ପ୍ରଥମଥର ବିଜେପିରୁ ବିଧାୟକ ହୋଇଥିବା ପ୍ରଦୀପ ପୁରୋହିତ ୨୦୧୯ ନିର୍ବାଚନରେ ବିଜୟ ରଞ୍ଜନଙ୍କଠାରୁ ୫ହଜାର ୭୩୪ ଭୋଟରେ ପରାସ୍ତ ହୋଇଥିଲେ । ୧୯୫୧ରୁ ୨୦୧୯ ଯାଏ ପଦ୍ମପୁରରେ ୧୬ଟି ନିର୍ବାଚନ ହୋଇଥିବା ବେଳେ ଅଧିକାଂଶ ସମୟରେ ବରିହା ସମ୍ପ୍ରଦାୟର ନେତା ବାଜିମାତ୍‌ କରିଛନ୍ତି । ଏହି ଅଣସଂରକ୍ଷିତ ଆସନରେ ୩୩% ହେଉଛନ୍ତି ଆଦିବାସୀ ଭୋଟର । ଯେଉଁମାନଙ୍କ ଭୋଟ ସବୁ ସମୟରେ ନିର୍ଣ୍ଣାୟକ ଭୂମିକା ନେଇଆସୁଛି । ଅନ୍ୟପକ୍ଷରେ ଦେଶର ଆଉ ୫ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ଲଢେ଼ଇ ହେବ । ରାଜସ୍ଥାନର ସରଗ୍ରାମ ସହର କୁଢ଼ାନି, ଉତ୍ତର ପ୍ରଦେଶର ରାମପୁର ଓ ଛତିଶଗଡ଼ର ଭାନୁପ୍ରତାପପୁର ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ । ୟୁପିର ମଇନପୁରୀ ଲୋକସଭା ଆସନରେ ମଧ୍ୟ ସମାନ ତାରିଖରେ ଉପନିର୍ବାଚନ ହେବ ବୋଲି ଘୋଷଣା ହୋଇଛି ।

Leave A Reply

Your email address will not be published.