ଆସିବ “ଆରଆରଆର’ର ସିକ୍ୱେଲ

0 81

ହାଇଦ୍ରାବାଦ୧୪ ।୧୧: ଖୁବଶୀଘ୍ର ଆସିବ ବ୍ଲକ ବର୍ଷ୍ଟ ଫିଲ୍ମ “ଆରଆରଆର’ର ସିକ୍ୱେୱେଲ । ଏନେଇ ଫିଲ୍ମର ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି ଖୋଦ୍‌ ସ୍ପଷ୍ଟ କରିଛନ୍ତି । ତାଙ୍କ ବାପା ଭି. ବିଜେନ୍ଦ୍ରପ୍ରସାଦ ସିକ୍ୱେଲ କାହାଣୀ ଉପରେ କାମ କରୁଛନ୍ତି ବୋଲି ରାଜାମୌଲି କହିଛନ୍ତି । ରିପୋର୍ଟ ଅନୁଯାୟୀ, ଚିକାଗୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏସ୍‌ ଏସ୍‌ ରାଜାମୌଲି କହିଛନ୍ତି ଯେ ମୋ ବାପା ମୋ ଫିଲ୍ମର ପ୍ରତ୍ୟେକ କାହାଣୀର ଲେଖକ ଅଟନ୍ତି । ଆମେ -“ଆରଆରଆର’- ୨ ବିଷୟରେ ଆଲୋଚନା କରୁଛୁ ଏବଂ ସେ ଏହାର କାହାଣୀ ଉପରେ କାମ କରୁଛନ୍ତି । “ଆରଆରଆର’ ଚଳିତ ବର୍ଷର ସୁପରହିଟ୍‌ ଫିଲ୍ମ ମଧ୍ୟରୁ ଅନ୍ୟତମ । ଏହି ଫିଲ୍ମଟି ବିଶ୍ୱବ୍ୟାପୀ ଧମାଲ କରିଥିଲା । “ଜଜଜ’ ମୁଖ୍ୟ ଭୂମିକାରେ ରାମ ଚରଣ ଏବଂ ଏନ୍‌ଟିଆର ଅଭିନୟ କରିଥିଲେ । ତାଙ୍କ ବ୍ୟତୀତ ଏହି ଫଲ୍ମରେ ଅଜୟ ଦେବଗନ୍‌, ଆଲିଆ ଭଟ୍ଟ ଏବଂ ଶ୍ରୀୟା ସାରନ୍‌ ଅଭିନୟ କରିଛନ୍ତି ।

Leave A Reply

Your email address will not be published.