ସରଗରମ ହେବ ବିଧାନସଭା ଅଧିବେଶନ

0 46

ଭୁବନେଶ୍ୱର,୨୨ା୧୧(ଡିକେ ନ୍ୟୁଜ): ସରଗରମ ହେବ ବିଧାନସଭା ଶୀତ ଅଧିବେଶନ । ମୁହାଁମୁହିଁ ହେବେ ବିରୋଧୀ ଓ ଶାସକ । ଆଇନଶୃଙ୍ଖଳା, ଚାଷୀ ବନାମ ଦରଦାମ, ରାଜ୍ୟ ସ୍ୱାର୍ଥ ନେଇ ବିରୋଧୀ ଓ ଶାସକ ପରସ୍ପରକୁ ଆଟାକ୍‌ ଓ କାଉଣ୍ଟର ଆଟାକ୍‌ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଆସନ୍ତା କାଲି ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ଚୂଡ଼ାନ୍ତ ହେବାକୁ ଥିବାବେଳେ କଂଗ୍ରେସର ବିଧାୟକ ଦଳ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ଦରଦାମ ଓ ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ଉଭୟ ବିଜେଡ଼ି- ଓ ବିଜେପିକୁ ଘେରିବା ପାଇଁ ପ୍ରସ୍ତୁତ ହେଉଛି । ବିଜେଡ଼ି କହିଛି ବିରୋଧୀ ଯେଉଁ ପ୍ରଶ୍ନ ଉଠାଇବେ ତାହା ଆଲୋଚନା ମାଧ୍ୟମରେ ସମାଧାନ କରାଯିବ । ରାଜ୍ୟ ସ୍ୱାର୍ଥ ସମ୍ବଳିତ ବହୁ ପ୍ରସଙ୍ଗ ଗୃହରେ ଉଠାଯିବ ବୋଲି ବିଜେଡ଼ି କହିଛି । ଏଥର ଅଧିବେଶନରେ କରୋନା କଟକଣା ଉଠିବା ନିଷ୍ପତ୍ତିକୁ ବିରୋଧୀ ସ୍ୱାଗତ କରିବା ସହିତ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହଟଗୋଳ ନୁହେଁ ଗଠନମୂଳକ ଆଲୋଚନା ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.