ଖୋଲୁଛି ନାଗ-ଚାନ୍ଦ ଦମ୍ପତିଙ୍କ ଗୁମର ପେଡ

0 77

ଭୁବନେଶ୍ୱର,୨୮ା୧୧(ଡିକେ ନ୍ୟୁଜ): କେମିତି କଳା ସାମ୍ରାଜ୍ୟ ଠିଆ କଲେ ଅର୍ଚ୍ଚନା ନାଗ । କୋଟି କୋଟି ଟଙ୍କାର ମାଲିକାଣି ହେଲେ କେମିତି? ଇଡ଼ିର ତଦନ୍ତ ଯେତିକି ଲମ୍ବୁଛି
ସେତିକି ପଦାକୁ ଆସୁଛି ନୂଆ ନୂଆ ତଥ୍ୟ । ଏବେ ୩୦ ତାରିଖକୁ ଅପେକ୍ଷା । ରିମାଣ୍ଡରେ ଆସିବେ ନାଗଚାନ୍ଦ ଦମ୍ପତି । ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ତଥ୍ୟ ବାହାର କରିବ ଇଡ଼ି । ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ ପ୍ରସ୍ତୁତି ଚାଲିଛି । ଅର୍ଚ୍ଚନାଙ୍କ ପାଇଁ ତିଆରି ଚାଲିଛି ପ୍ରଶ୍ନବାଣ । ମନି ଲଣ୍ଡରିଂର ଅସମାହିତ ପ୍ରଶ୍ନର ଉତ୍ତର ସ୍ୱାମୀସ୍ତ୍ରୀଙ୍କ ପାଖରୁ ବାହାର କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଥମ ପର୍ଯ୍ୟାୟରେ ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜା ଓ ଅର୍ଚ୍ଚନାଙ୍କ ଡ୍ରାଇଭରଙ୍କୁ ମାରାଥନ ଜୋର ହୋଇଛି । ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱରକୁ ଦୁଇଟି ପର୍ଯ୍ୟାୟରେ ଗୁଡ଼ାଇତୁଡ଼ାଇ ଜେରା କରିଥିଲା ଇଡ଼ି । ବହୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ସେମାନେ ଦେଇଥିବା ତଥ୍ୟ ଆଧାରରେ ଅର୍ଚ୍ଚନା ଜେରାର
ସାମ୍ନା କରିବେ । ଶ୍ରଦ୍ଧାଞ୍ଜଳି, ଖଗେଶ୍ୱରଙ୍କ ସହ ହେବ ନାଗଚାନ୍ଦ ଦମ୍ପତିଙ୍କ ମୁହାଁମୁହିଁ ଜେରା ।

Leave A Reply

Your email address will not be published.