ଓଏଏସ୍‌ ଆସୋସିଏସନ୍‌ ବୈଠକରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପ୍ରଶାସନିକ ସେବା ରାଜ୍ୟ ପ୍ରଶାସନର ମୂଳଦୁଆ

0 89

ଭୁବନେଶ୍ୱର, ୧୦ା୨ (ଡିକେ ନ୍ୟୁଜ୍‌): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଓଏଏସ୍‌ ସଂଘର ସାଧାରଣ ବୈଠକର ଉଦ୍‌ଯାପନୀ ଦିବସରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶା ପ୍ରଶାସନିକ ସେବା ରାଜ୍ୟ ପ୍ରଶାସନର ମୂଳଦୁଆ ବୋଲି କହିଥିଲେ । ଭଲ କାମ କରୁଥିବାରୁ ସମସ୍ତ ଓଏଏସ୍‌ ଅଧିକାରୀଙ୍କୁ ସାଧୁବାଦ୍‌ ଓ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତି ଏହି ପ୍ରଶାସନିକ ସେବା ଅଧିକାରୀମାନେ । ୫-ଟି ପଦକ୍ଷେପକୁ ଦକ୍ଷତାର ସହ କାର୍ଯ୍ୟକାରୀ କରିବାରେ ସେମାନଙ୍କର ବଡ଼ ଭୂମିକା ଥିବାବେଳେ ତୃଣମୂଳସ୍ତରରେ ଜନମଙ୍ଗଳ ସେବା ଓ ଉତ୍ତମ ଶାସନ ଏହି ଅଧିକାରୀଙ୍କ ଉପରେ ନ୍ୟସ୍ତ ଥାଏ । ବିଏସ୍‌କେୱାଇ, ୫-ଟି, ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ଓଏଏସ୍‌ଙ୍କ ଭୂମିକା ପ୍ରଶଂସନୀୟ । ଖାଲି ଏତିକି ନୁହେଁ, ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଓଏଏସ୍‌ଙ୍କ ଭୂମିକାକୁ କେବେହେଲେ ଭୂଲି ହେବ ନାହିଁ । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ସେମାନଙ୍କ ଭାଗିଦାରୀକୁ ମଧ୍ୟ ପ୍ରଶଂସା କରିଥିଲେ । ୫-ଟି ପଦକ୍ଷେପ ଶାସନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିପାରିଛି ବୋଲି କହିବା ସହ ଲୋକଙ୍କ ପ୍ରତି ଥିବା ସରକାରୀ କର୍ମଚାରୀଙ୍କ ମନୋଭାବରେ ପରିବର୍ତ୍ତନ ଆସିଛି । ମହାମାରୀ ବେଳେ ଓଡ଼ିଶା ଦେଶକୁ ଅନେକ ସହଯୋଗ କରିଛି । ସବ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ହେବ ଏବଂ ଆଗକୁ ବଢ଼ିବ । ପରିବର୍ତ୍ତନ ସୁଅରେ ଚାଲିବାକୁ ହେଲେ ପ୍ରଶାସନ ଗତିଶୀଳ ହେବା ଜରୁରି । ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ସାକାର କରିବା ପାଇଁ ଆମକୁ କାମ କରିବାକୁ ପଡ଼ିବ । ଏଥିସହିତ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବାକୁ ଓଏଏସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.