ଫେରିଲେ ମହାମହିମ : ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

0 95

ଭୁବନେଶ୍ୱର, ୧୧ା୨(ଡିକେ ନ୍ୟୁଜ): ଦୁଇଦିନିଆ ଓଡିଶା ଗସ୍ତରେ ଆସି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦିଲ୍ଲୀ ଫେରିବା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସାକ୍ଷାତ କରିଥିଲେ । ଏହି ଦୁଇଦିନିଆ ଗସ୍ତରେ ଆସି ରାଷ୍ଟ୍ରପତି ଟ୍ୱିନ୍‌ସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଜି ସକାଳେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହୋଦୟା ଭୁବନେଶ୍ୱରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ରାଷ୍ଟ୍ରପତି ତାଙ୍କର ୨ ଦିନିଆ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ଆଜି ସକାଳୁ ରାଜଭବନରୁ ବାହାରି ନିର୍ଦ୍ଧାରିତ ସକାଳ ୯ଟା ୧୫ ମିନିଟ୍‌ ସମୟରେ କଡା ସୁରକ୍ଷା ବଳୟ ମଧ୍ୟରେ ଲିଙ୍ଗରାଜ ମନ୍ଦିର ଠାରେ ପହଞ୍ôଚଥିଲେ । ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଷ୍ଟ୍ରପତି ମହୋଦୟାଙ୍କୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ସିଂହଦ୍ୱାର ଠାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପହଞ୍ôଚବା ପରେ ସେଠାରେ ଉପସ୍ଥିତ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଶ୍ରୀ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୁର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ପରେ ରାଷ୍ଟ୍ରପତି ପାରମ୍ପରିକ ପ୍ରଥା ଅନୁସାରେ ·ଲି ·ଲି ବିନ୍ଦୁ ସାଗରରେ ପାଦ ଧୌତ କରିଥିଲେ । ସେଠାରୁ ଆସିବା ପରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ଠାରେ ପହଞ୍ôଚବା କ୍ଷଣି ଉପସ୍ଥିତ ମନ୍ଦିର ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗର କର୍ମକର୍ତ୍ତା ମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ରାଷ୍ଟ୍ରପତଙ୍କୁ ବଡୁ ନିଯୋଗର ସଂପାଦକ ପ୍ରଥମେ ସିଦ୍ଧ ଗଣେଶଙ୍କୁ ଦର୍ଶନ କରାଇ ସେଠାରେ ପୂଜାର୍ଚ୍ଚନା କରାଇଥିଲେ । ପୂଜକ ଶଶୀଭୂଷଣ ମକଦ୍ଦମ ସେଠାରେ ପୂଜା କରାଇଥିଲେ । ପରେ ପରେ ରାଷ୍ଟ୍ରପତି ଗର୍ଭଗୃହରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଉପସ୍ଥିତ ପୂଜକ ସେଠାରେ ମହାପ୍ରଭୁଙ୍କୁ ଜଳାଭିଷେକ ଓ କ୍ଷୀର ଅଭିଷେକ କରାଇଥିଲେ । ରାଷ୍ଟ୍ରପତି ବିଭିନ୍ନ ପ୍ରକାର ପୁଷ୍ପ, ବେଲପତ୍ର ଅର୍ପଣ ପୂର୍ବକ ଧୂପ, ଦ୍ୱୀପ ପ୍ରଜ୍ଜ୍ୱଳନ କରି ସେ ପୂଜାର୍ଚ୍ଚନା କରିବା ସହପୁଷ୍ପାଞ୍ଜଳି ଦେଇଥିଲେ । ପରେ ପରେ ମନ୍ଦିର ବେଢା ପରିକ୍ରମା କରି ଦେବୀ ଅନ୍ନପୂର୍ଣ୍ଣା (ମା’ ପାର୍ବତୀ ମନ୍ଦିର) ଦର୍ଶନ କରି ସେଠାରେ କିଛି କ୍ଷଣ ବସିଥିଲେ । ପରେ ପରେ ମା’ ଭୁବନେଶ୍ୱରୀଙ୍କୁ ଦର୍ଶନ କରିଥିଲେ ଏବଂ ବୃଷଭ ଓ ଗରୁଡସ୍ତମ୍ଭ ନିକଟକୁ ଆସି ପ୍ରଣିପାତ କରିଥିଲେ । ବେଢାରେ ଥିବା ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ଦର୍ଶନ କରିଥିଲେ । ପରେ ପରେ ମନ୍ଦିର ପତାକାକୁ ପ୍ରଣିପାତ କରି ଦର୍ଶନ ସମାପ୍ତ କରିଥିଲେ । ଏହା ପରେ ପୂର୍ବ ପ୍ରସ୍ତୁତି ଅନୁସାରେ ଗରୁଡସ୍ତମ୍ଭ ନିକଟରେ ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋଡର ସଦସ୍ୟ, ବିଭିନ୍ନ ନିଯୋଗର କର୍ମକର୍ତ୍ତା ଏବଂ ସେବାୟତ ପ୍ରତିନିଧିଙ୍କ ସହିତ ଫଟୋ ଉଠାଇଥିଲେ । ଏହି ଅବସରରେ ବଡୁ ସେବାୟତଙ୍କ ତରଫରୁ ପ୍ରଦତ୍ତ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପବିତ୍ର କାର୍ତ୍ତିକ ମାସର ରାଇଦାମୋଦର ବେଶର ଏକ ଫଟୋ ମନ୍ଦିର ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତିଙ୍କ ଜରିଆରେ ରାଷ୍ଟ୍ରପତି ମହୋଦୟାଙ୍କୁ ପ୍ରଦାନ କରାଯାଇଥିଲା । ମନ୍ଦିର ଦର୍ଶନ ସାରି ରାଷ୍ଟ୍ରପତି ମନ୍ଦିର ଦର୍ଶନ ପଞ୍ଜିକରଣ ଖାତା (ଭିଭିଆଇପି ଭିଜିଟର ରେଜିଷ୍ଟର)ରେ ମନ୍ଦିର ଦର୍ଶନ ଅନୁଭୂତି ବିବରଣୀ ଲେଖିଥିଲେ । ଭିଜିଟର ରେଜିଷ୍ଟରରେ ରାଷ୍ଟ୍ରପତି ଲେଖିଛନ୍ତି, ଆଜି ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରର ଶାନ୍ତ ଓ ସ୍ନିଗ୍ଧ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରି ମୁଁ ଦିବ୍ୟ ଆନନ୍ଦ ଲାଭ କରିଛି । ଦେଶବାସୀଙ୍କ ସୁଖ, ସମୃଦ୍ଧି ତଥା ବିଶ୍ୱକଲ୍ୟାଣ ପାଇଁ ମୁଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି । ମନ୍ଦିରରୁ ବାହାରିବା ପରେ ବେରିକେଡ ବାହାରେ ଥିବା ଛୋଟ ପିଲାଙ୍କୁ ଚକୋଲେଟ୍‌ ଦେଇ ସେମାନଙ୍କ ଅନୁରୋଧ କ୍ରମେ ତାଙ୍କ ସହିତ ଫଟୋ ଉଠାଇଥିଲେ । ଏପଟେ ରାଷ୍ଟ୍ରପତିଙ୍କ ସ୍ୱାଗତ ଉଦ୍ଦେଶ୍ୟରେ ମନ୍ଦିର ସମ୍ମୁଖ ବେରିକେଡ ବାହାରେ ପ୍ରାରମ୍ଭରୁ ଆଦିବାସୀ-ସାନ୍ତାଳୀ
ନୃତ୍ୟ ଓ ବାଦ୍ୟ ପରିବେଷଣ ଜାରି ରହିଥିଲା । ମନ୍ଦିର ଦର୍ଶନ ପରେ ରାଷ୍ଟ୍ରପତି ସାନ୍ତାଳୀ ନୃତ୍ୟ ଓ ବାଦ୍ୟ ପରିବେଷଣ କରୁଥିବାଏହି ଭାଇଭଉଣୀମାନଙ୍କ ନୃତ୍ୟ ଓ ବାଦ୍ୟ ଶୁଣି ଅତ୍ୟନ୍ତ ଭାବବିହ୍ୱଳ ହୋଇ ସେମାନଙ୍କୁ ବେରିକେଡ୍‌ ବାହାରେ ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସମେତ ପୋଲିସ୍‌ ପ୍ରଶାସନର ସଂପୃକ୍ତ ପଦାଧିକାରୀ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ଶ୍ରୀ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.