୨୧ରୁ ବଜେଟ୍‌ ଅଧିବେଶନ ୨୦ରେ ସର୍ବଦଳୀୟ ବୈଠକ

0 119

ଭୁବନେଶ୍ୱର, ୧୫ା୨(ଡିକେ ନ୍ୟୁଜ): ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ । ବିଧାନସଭାର ସୁପରି ଚ।ଳନା ନେଇ ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଧାନସଭା କିପରି ଚ। ଲିବ ସେ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କଠୁ ମତାମତ ନିଆଯିବ । ଏ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ଏହି ବଜେଟ ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ ପୂର୍ଣ୍ଣାଙ୍ଗ ବଜେଟ ଆସିବା ସହ ଲମ୍ବା ସମୟ ଧରି ଚ।ଲିବ ଗୃହ । ସୂଚନା ଅନୁଯାୟୀ, ଦୁଇଟି ପର୍ଯ୍ୟାୟରେ ଚ।ଲିବ ବଜେଟ ଅଧିବେଶନ । ଫେବୃଆରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଚ।ଲିବ । ପୁଣି ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଚ।ଲିବ । ଏହାରି ମଧ୍ୟରେ ଫେବୃଆରୀ ୨୪ରେ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ ।

Leave A Reply

Your email address will not be published.