ସାନିଆଙ୍କୁ ଗୁରୁ ଦାୟିତ୍ୱ

0 123

ନୂଆଦିଲ୍ଲୀ, ୧୫ା୨: ମହିଳା ପ୍ରିମିୟର ଲିଗ୍‌ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍‌ । କିଛି ଦିନ ତଳେ ମୁମ୍ବାଇରେ ଏହି କ୍ରିକେଟ୍‌ ଲିଗ୍‌ ପାଇଁ ବିସିସିଆଇ ଆୟୋଜନ କରିଥିଲା ଅକ୍ସନ ପ୍ରକ୍ରିୟା । ଯେଉଁଥିରେ ମହାନ ଟେନିସ ଖେଳାଳି ସାନିଆ ମିର୍ଜା ମଧ୍ୟ ଦଳରେ ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି । ମହିଳା ପ୍ରିମିୟର ଲିଗ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଛି ଦିନ ପୂର୍ବରୁ ମୁମ୍ବାଇରେ ଏହି ବଡ କ୍ରିକେଟ୍‌ ଲିଗ୍‌ ପାଇଁ ବିସିସିଆଇ ନିଲାମ ଆୟୋଜନ କରିଥିଲା । ମହାନ ଟେନିସ ଖେଳାଳି ସାନିଆ ମିର୍ଜା ମଧ୍ୟ ଦଳରେ ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି । ମହିଳା ପ୍ରିମିୟର ଲିଗର ଆଗାମୀ ସିଜିନ ପାଇଁ ସାନିଆ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜର ମେଣ୍ଟର ଭାବରେ ନିଯୁକ୍ତ ହୋଇଛନ୍ତି । ଦୁବାଇରେ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଥିବା ସାନିଆ ଆରସିବି ଫ୍ରାଞ୍ଚାଇଜ୍‌ର ଏକ ଅଂଶ ହେବେ । ସୂଚନାଥାଉ କି, ଟେନିସ ଖେଳିବା ସହ ସାନିଆଙ୍କ ପସନ୍ଦ କ୍ରିକେଟ । ବିଭିନ୍ନ କ୍ରିକେଟ୍‌ ଷ୍ଟାଡିୟମରେ ମ୍ୟାଚ୍‌ ·ଲିଥିବା ସମୟରେ ନଜର ଆସନ୍ତି ଏହି ଖେଳାଳି । ନିକଟରେ ସେ ରୋହନ ବୋପାନ୍ନାଙ୍କ ସହ ଅଷ୍ଟ୍ରେଲିୟ ଓପନ୍‌ ଡବଲ୍ସର ଫାଇନାଲରେ ପ୍ରବେଶ କରିଥିଲେ । ବ୍ରାଜିଲର ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ ନିକଟରୁ ପରାସ୍ତ ହୋଇଥିଲେ ଏହି ଯୋଡି । ମ୍ୟାଚରେ ଭାରତୀୟ ଯୋଡ଼ି ୬-୭, ୨- ୬ ସେଟରେ ପରାସ୍ତ ହୋଇଥିଲା । ପରାଜୟ ସହ ସାନିଆଙ୍କ ଗ୍ରାଣ୍ଡସ୍ଲାମ କ୍ୟାରିୟର ଶେଷ ହୋଇଥିଲା । ମ୍ୟାଚ୍‌ ହାରିବା ପରେ ସାନିଆ ଖୁବ୍‌ ଭାବବିହ୍ୱଳ ହୋଇପଡ଼ିଥିଲେ । ୧୮ ବର୍ଷ ତଳେ ସାନିଆ ମେଲବର୍ଣ୍ଣରୁ ଆରମ୍ଭ କରିଥିଲେ କ୍ୟାରିୟର । ଆଉ ସେହି ସ୍ଥାନରେ ଗ୍ରାଣ୍ଡସ୍ଲାମ କ୍ୟାରିୟର ଶେଷ କରିବା ସାନିଆଙ୍କ ପାଇଁ ସ୍ମରଣୀୟ ହୋଇରହିବ । ସନ୍ନ୍ୟାସ ନେଇ ପୂର୍ବରୁ ଘୋଷଣା କରିସାରିଥିଲେ ସାନିଆ । ଗୋଲ ବଞ୍ଚାଇବା ଚକ୍କରରେ ବେଲଜିୟମ୍‌ ଗୋଲକିପରଙ୍କ ମୃତ୍ୟୁ ବେଲଜିୟମ, ୧୫ା୨: ବେଲଜିୟମ ଫୁଟବଲ ମ୍ୟାଚରେ ସମୟରେ ଅଘଟଣ । ଗୋଲକିପର ଅର୍ନି ଏସ୍‌ପିଲ ୨୫ ବର୍ଷରେ ଜୀବନ ହାରିଛନ୍ତି । ପେନାଲିଟ ଗୋଲକୁ ବଞ୍ଚାଇବା ଚକ୍କରରେ ତାଙ୍କର ମୃତ୍ୟୁହୋଇଛି । ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରାଯିବା ସତ୍ତେ୍ୱ ମଧ୍ୟ ତାଙ୍କ ଜୀବନ ରକ୍ଷା କରାଯାଇପାରିନାହିଁ । ତାଙ୍କର ଆକସ୍ମିକ ମୃତ୍ୟୁରେ ସମଗ୍ର ଖେଳ ଜଗତରେ ଶୋକର ଛାୟା ଖେଳିଯାଇଛି । ରିପୋର୍ଟ ମୁତାବକ, ବେଲଜିୟମର ୱେଷ୍ଟ ବ୍ରେବେଣ୍ଟର ହେଙ୍କେଲ ସ୍ପୋର୍ଟ ବି ସେକେଣ୍ଡ ଡିଭିଜନ ଟିମ୍‌ ।  ଷ୍ଟ୍ରୋଜେବେକକୁ ପେନାଲିଟ ସୁଯୋଗ ମିଳିଥିଲା । ସେତେବେଳେ ଟିମ ୨-୧ରେ ଆଗୁଆ ଥିଲା । ଆଉ ଏହି ପେନାଲିଟ ଗୋଲକୁ ବଞ୍ଚାଇବା ପାଇଁ ଅର୍ନି ଏସ୍ପିଲ ଚେଷ୍ଟା କରିଥିଲେ । ଆଉ ଗୋଲ ବଞ୍ଚାଇବା ସମୟରେ ତଳେ ପଡିଯାଇଥିଲେ । ପରେ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର କହିବାନୁଯାୟୀ, ତାଙ୍କର ମୃତ୍ୟୁ କିପରି ହୋଇଛି ଜଣାପଡିନାହିଁ । ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ତେବେ ଏସପିଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ୧୦୦୦ରୁ ଅଧିକ ଲୋକ ପହଞ୍ଚିଥିଲେ ।

Leave A Reply

Your email address will not be published.