କରଣଙ୍କ ଜୋହରଙ୍କ ୩ ଫିଲ୍ମରେ ଆସିବେ କିଆରା-ସିଦ୍ଧାର୍ଥ

0 88

ମୁମ୍ବାଇ, ୧୫ା୨: ବଲିଉଡର ଡ୍ୟାସିଙ୍ଗ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ସୁନ୍ଦରୀ ଅଭନେତ୍ରୀ କିଆରା ଆଡଭାନୀ । ନିକଟରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହା ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । କିଆରା-ସିଦ୍ଧାର୍ଥଙ୍କ ସହ କରଣ ୩ଟି ଫିଲ୍ମର କନଣ୍ଟ୍ରାକ୍ଟ ସାଇନ୍‌ କରିଛନ୍ତି ଏବଂ ଗିଫ୍ଟ ମଧ୍ୟ ଦେଇଛନ୍ତି । ହେଲେ କ’ଣ ଏହି ଖବର ସତ କି ? ସିଦ୍ଧାର୍ଥ କିଆରା ଫିଲ୍ମ ଶେରଶାହରେ ଦୁହେଁ ଏକାଠି କାମ କରିଥିଲେ । ଦର୍ଶକଙ୍କୁ ଦୁହିଁଙ୍କର ରୋମାଣ୍ଟିକ୍‌ ଅନ୍ଦାଜ୍‌ ଖୁବ୍‌ ପସନ୍ଦ ଆସିଥିଲା । ଏହା ପରେ ବି ଫ୍ୟାନ୍ସ ପୁଣି ଏକାଠି ଦେଖିବାକୁ ·ହୁଁଛନ୍ତି । ଏହାରି ମଧ୍ୟରେ କରଣ ଜୋହର ସିଡ୍‌-କିଆରାଙ୍କୁ ତିନୋଟି ଫିଲ୍ମରେ ଡିଲ୍‌ ପାଇଁ ସାଇନ୍‌ କରିଛନ୍ତି । ତାହାଲେ ତିନିଟି ଫିଲ୍ମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିବ । କହିବାକୁ ଗଲେ ଏହା ଫେକ୍‌ ନ୍ୟୁଜ୍‌ । ମିଥା ପ୍ର·ର ହୋଇଛି । ତେବେ ଇ-ଟାଇମସ୍‌ ରିପୋର୍ଟ ଅନୁଯାୟୀ ଧର୍ମା ପ୍ରଡକ୍ସନର ସୁତ୍ରରୁ କହିଛନ୍ତି କି କିଆରା-ସିଡ୍‌, କରଣଙ୍କର ବହୁତ ନିକଟତର । ତାଙ୍କୁ କୌଣସି କଣ୍ଟ୍ରାକ୍ଟରେ ସାଇନ୍‌ କରାଇବା ଆବଶ୍ୟକ ନାହିଁ । ସେପଟେ କରଣ ବି ଏହା ବିଷୟରେ ମନା କରି ଦେଇଛନ୍ତି । କିଆରା-ସିଡ୍‌ ଦୁହେଁ ୭ ଫେବୃୟାରୀ ଜୈସଲମରରେ ସାତଫେରା ନେଇଥିଲେ । ଦୁହିଁଙ୍କ ବିବାହର ଫଟୋ ଭିଡିଓ ସେୟାର କରିଥିଲେ । ଯାହା ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ୍‌ ହେବାରେ ଲାଗିଛି । ଫ୍ୟାନ୍ସ ଏହାକୁ ଦେଖି ପ୍ରେମ ବର୍ଷା କରୁଛନ୍ତି ।

Leave A Reply

Your email address will not be published.