ଭାରତରେ ଅଫିସ ବନ୍ଦ କଲା ଟ୍ୱିଟର

0 84

ନୂଆଦିଲ୍ଲୀ: ଭାରତରେ କର୍ମଚାରୀଙ୍କ ଛଟେଇ ପରେ ଏବେ ଅଫିସ ବନ୍ଦ କଲା ଟ୍ୱିଟର । ଦିଲ୍ଲୀ ଓ ମୁମ୍ବାଇରେ ଥିବା ଟ୍ୱିଟର ଦୁଇଟି କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି । କର୍ମଚାରୀଙ୍କୁ ଘରୁ ଥାଇ କାମ କରିବାକୁ କମ୍ପାନୀ ନିର୍ଦ୍ଦେଶ ଦେଇଛି । ଭାରତରେ ଟ୍ୱିଟରର ମୋଟ ୩ ଟି ଅଫିସ ରହିଥିବା ବେଳେ ଦୁଇଟି ବନ୍ଦ ରଖି ମାତ୍ର ଗୋଟିଏ ଅଫିସ୍‌ ଚାଲୁ ରଖିଛି କମ୍ପାନୀ । ଦିଲ୍ଲୀ, ମୁମ୍ବାଇ ଅଫିସ୍‌ ବନ୍ଦ କରି ବେଙ୍ଗାଲୁରୁରେ ଥିବା ଅଫିସ ଚାଲୁ ରହିଛି । ପୂର୍ବରୁ ଭାରତରେ କମ୍ପାନୀର ପାଖାପାଖି ୨୦୦ କର୍ମଚାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ଛଟେଇ କରିଥିଲା ଟ୍ୱିଟର । ଖବର ଅନୁସାରେ ବର୍ତ୍ତମାନ ଟ୍ୱିଟରର ଆର୍ଥିକ ପରିସ୍ଥିତି ଭଲ ନାହିଁ । ସ୍ଥିତି ଏମିତି ହୋଇଛି ଯେ କମ୍ପାନୀ ଆମେରିକା ଓ ଲଣ୍ଡନରେ ଥିବା କାର୍ଯ୍ୟାଳୟର ଭଡ଼ା ଦେଇ ନପାରିବାରୁ କମ୍ପାନୀ ଲୋଗୋ ଓ କପି ମେସିନ ଆଦି ନିଲାମ କରାଯାଇଛି । ତା ସହିତ ପଇସା ପାଇଁ କଣ୍ଟ୍ରାକ୍ଟରମାନେ ଅଧ୍ୟ ଟ୍ୱିଟର ବିରୋଧରେ ଅଭିଯୋଗ କରିଛନ୍ତି । ଏଲନ ମସ୍କ ଗତବର୍ଷ ଟ୍ୱିଟରକୁ ୪୪ ବିଲିଅନ ଆମେରିକୀୟ ଡଲାରରେ କିଣିଥିଲେ । ଏହାପରେ କମ୍ପାନୀରେ ସେ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମେ ଟ୍ୱିଟ୍‌ର ସିଇଓ ସମେତ କର୍ମଚାରୀ ଛଟେଇ, ବ୍ଲୁ ଟିକ୍‌ ପଲିସି ଓ ଗଞ୍ଜେଇ ବିଜ୍ଞାପନକୁ ଅନୁମତି ଆଦି ନିଷ୍ପତ୍ତି ମସ୍କଙ୍କ ଲାଭଖୋର ମନଭାବକୁ ଦର୍ଶାଉଛି । ଟ୍ୱିଟରକୁ ଆର୍ଥିକ ପରିସ୍ଥିତିରୁ ଉଦ୍ଧାର କରିବା ପାଇଁ କମ୍ପାନୀ ଏଭଳି ନିଷ୍ପତ୍ତି ନେଉଥିବା କୁହାଯାଉଛି ।

Leave A Reply

Your email address will not be published.