ହଜାରେ କୋଟି ଅତିକ୍ରମ କଲା ‘ପଠାନ’

0 161

ମୁମ୍ବ ।ଇ, : ବଲିଉଡର ବାଦଶାହ ଶାହାରୁଖ ଖାନ୍‌ । ତାଙ୍କର ଦମ୍‌ଦାର ଅଭିନୟ ଯୋଗୁଁ ଲୋକଙ୍କ ହୃଦୟରେ ରାଜ କରନ୍ତି । ୪ବର୍ଷ ପରେ ବଡ ପରଦାକୁ କମବ୍ୟାକ୍‌ କରିଛନ୍ତି କିଙ୍ଗ ଖାନ୍‌ । ତାହା ପୁଣି ପଠାନ୍‌ ଜରିଆରେ । ଏହି ଚଳଚ୍ଚିତ୍ରଟି କେବଳ ଦେଶରେ ନୁହେଁ ପୁରା ଦୁନିଆରେ ରେକର୍ଡ ଭାଙ୍ଗିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଫିଲ୍ମଟି ଅଭିନେତାଙ୍କ କ୍ୟାରିୟରର ସବୁଠୁ ବଡ ଚଳଚ୍ଚିତ୍ର ହୋଇପାରିଛି । ବକ୍ସ ଅଫିସରେ ଫିଲ୍ମ ପଠାନ ହଇଚଇ ସୃଷ୍ଟି କରିଥିଲା । ଛୋଟରୁ ବଡ ଯାଏଁ ସମସ୍ତଙ୍କ ମୁହଁରେ ପଠାନ୍‌ ପଠାନ୍‌ ପଠାନ୍‌ । ଗୀତ ଠାରୁ ଆରମ୍ଭ କରି ଡାଏଲଗକୁ ନେଇ କରୁଥିଲେ ରିଲସ୍‌ । ଅନେକ ବର୍ଷ ପରେ, ଧୁଆଁଧାର କମବ୍ୟାକ୍‌ କରି ନିଜର ସ୍ଥାନ ପୁଣି ହାସଲ କରିଛନ୍ତି ଶାହରୁଖ । ୨୫ ଜାନୁଆରୀରେ ଫିଲ୍ମଟି ପୁରା ଦେଶରେ ବୋବାଲ କରିଥିଲା । ଜନ୍‌, ଶାହାରୁଖ, ଦୀପିକାଙ୍କ ଆକ୍ସନ ଦର୍ଶକଙ୍କୁ ହୃଦୟକୁ ଛୁଇଁ ଯାଇଥିଲା । ଫିଲ୍ମର ସିନ୍‌ ଗୁଡିକ ଦେଖିଲେ ଲାଗୁଥିଲା ସବୁ ଷ୍ଟାର କାଷ୍ଟ ଏଥିପାଇଁ ବହୁତ ପରିଶ୍ରମ କରିଛନ୍ତି । ଏହି ୨୮ ଦିନରେ ଶାହାରୁଖ ଫିଲ୍ମ ପଠାନ ବ୍ୟାକ୍‌ ଟୁ ବ୍ୟାକ୍‌ ନୂଆ ବେଞ୍ଚମାର୍କ ସୃଷ୍ଟି କରୁଛି । ସବୁଠାରୁ ବଡ କଥା ହେଉଛି ଏହି ଫିଲ୍ମ ହିନ୍ଦୀ ବକ୍ସ ଅଫିସରେ ସବୁଠାରୁ ବଡ କଲେକସନ ପ୍ରମାଣିତ କରିଛି । ପ୍ରଥମ ଦିନରେ ଫିଲ୍ମଟି ୫୦ କୋଟି କରିଥିଲା । ଏହା ସହ ଫିଲ୍ମ କ୍ୟାରିୟରରେ ଟପ୍‌ ଓପନିଂ ଫିଲ୍ମ ସାବ୍ୟସ୍ତ ହୋଇଥିଲା । ଦ୍ୱିତୀୟ ଦିନରେ ୧୦୦ କୋଟି ଟଙ୍କା କଲେକସନ କରିଥିଲା । ବର୍ତ୍ତମାନ ୨୮ ଦିନରେ, ୱାର୍ଲ୍ଡ ୱାଇଡ୍‌ ବକ୍ସ ଅଫିସରେ ୧୦୦୦ କୋଟି ଅତିକ୍ରମ କରିଛି ।

Leave A Reply

Your email address will not be published.