ସରକାରୀ ବିଶ୍ୱ ବିଦ୍ୟାଳୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ

0 82

ଭୁବନେଶ୍ୱର: ସରକାରୀ ବିଶ୍ବ ବିଦ୍ୟାଳୟରେ ଆର୍ଟିଫିସିଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ୍ସ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ । ଉଚ୍ଚ ଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଇଛି IIT ଭୁବନେଶ୍ବର । ସ୍ନାତକ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ମାଧ୍ୟମରେ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ମୂଳ ଲକ୍ଷ୍ୟ ବୋଲି ପ୍ରସ୍ତାବରେ ଉଲ୍ଲେଖ । IIT ଭୁବନେଶ୍ବରର ପ୍ରସ୍ତାବ ପରେ ରମାଦେବୀ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛି ଉଚ୍ଚ ଶିକ୍ଷା ବିଭାଗ । ରମାଦେବୀ କ୍ୟାମ୍ପସରେ ଉତ୍କର୍ଷ କେନ୍ଦ୍ର ଖୋଲିବା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମତ ରଖିବାକୁ ଚିଠି ଉଲ୍ଲେଖ ରହିଛି ।

Leave A Reply

Your email address will not be published.