ଭଲ ଲାଗିଲାନି ସାଂସାରିକ ଜୀବନ; ସନ୍ନ୍ୟାସୀ ହୋଇଗଲେ ଦୁଇ ଯୁବକ

0 74

ଗଞ୍ଜାମ: ଭଲ ଲାଗିଲାନି ସାଂସାରିକ ଜୀବନ । ପୂର୍ବ ପୁରୁଷଙ୍କୁ ପିଣ୍ଡ ଦାନ କରି ସନ୍ନ୍ୟାସୀ ହୋଇଗଲେ ଦୁଇ ଯୁବକ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବଢିଆଓସ୍ତା ଗାଁର ଶ୍ରୀକାନ୍ତ ଆଚାର୍ଯ୍ୟ ଓ ଛତ୍ରପୁର ନିକଟ ନାରାୟଣପୁର ଗାଁର ମହେନ୍ଦ୍ର ପଟ୍ଟନାୟକ ସାଂସାରିକ ଜୀବନକୁ ଜଳାଞ୍ଜଳି ଦେଇ ଆରମ୍ଭ କରିଛନ୍ତି ଆଧ୍ୟାତ୍ମିକ ଜୀବନ । ଶ୍ରୀକାନ୍ତ ପେସାରେ ଜଣେ ଶିକ୍ଷକ ଭାବେ କାମ କରୁଥିଲେ । ୨୦୦୧ ମସିହାରେ ସେ ସନ୍ୟାସୀ ଭାବେ ଦୀକ୍ଷା ଗ୍ରହଣ କରିଥିଲେ ।

ଗତ ଶିବରାତ୍ରୀରେ ଉଭୟ ଶ୍ରୀକାନ୍ତ ଓ ମହେନ୍ଦ୍ର ଉତ୍ତରାଖଣ୍ଡର ଋଷିକେଶଠାରେ ନିଜର ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ କରି ସନ୍ନ୍ୟାସୀ ହୋଇଛନ୍ତି । ଗୃହ ତ୍ୟାଗ କରିବା ସହ ଉଭୟ ଭିକ୍ଷା ବୃତ୍ତି ଆପଣାଇଛନ୍ତି । ସନ୍ନ୍ୟାସୀ ହେବା ପରେ ଏବେ ଶ୍ରୀକାନ୍ତ ସ୍ବାମୀ ରାମାଦତ୍ତ।ନନ୍ଦ ସରସ୍ବତୀ ଓ ମହେନ୍ଦ୍ର ଗୁରୁ ଶରଣାନନ୍ଦ ସରସ୍ବତୀ ଭାବେ ପରିଚିତ ହେଉଛନ୍ତି । ଗାଁରେ ଉଭୟଙ୍କୁ ଲୋକ ଭବ୍ୟ ସ୍ବାଗତ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।

Leave A Reply

Your email address will not be published.