ଆବାସ ଟଙ୍କା ହଡପ ଘଟଣାର ତଦନ୍ତ ନିର୍ଦ୍ଦେଶ

0 76

ଓଡ଼ଗାଁ : ଓଡ଼ଗାଁ ବ୍ଲକରେ ହିତାଧିକାରୀଙ୍କ ଅଜାଣତରେ ସରପଞ୍ଚ ଓ ଜିଆରଏସ ଆବାସ ଟଙ୍କାକୁ ହଡ଼ପ କରି ନେଇଛନ୍ତି । ଏହି ଘଟଣାକୁ ବିଡ଼ିଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଓଡ଼ଗାଁ ବ୍ଲକ୍‌ ବରସାହି ପଞ୍ଚାୟତ ସିଙ୍ଗାରପୁର ଗ୍ରାମର ଗଣେଶ ନାୟକ ଜଣେ ଅକ୍ଷମ ବ୍ୟକ୍ତି । ସେ କାମ ଧନ୍ଦା କରି ପାରୁନଥିବାରୁ ତାଙ୍କ ନାମରେ ୨୦୧୭ ମସିହାରେ ବ୍ଲକ୍‌ ତରଫରୁ ଏକ ଆବାସ ଆସିଥିଲା । କିନ୍ତୁ ଏହାର ଫାଇଦା ଉଠାଇଥିଲେ ସ୍ଥାନୀୟ ସରପଞ୍ଚ ଓ ଜିଆରଏସ । ଗଣେଶଙ୍କ ଘର ଦେଖାଇ ସମସ୍ତ ଅର୍ଥ ଚଳୁ କରି ନେଇଥିଲେ । ସେତିକି ନୁହେଁ ତାଙ୍କ ନାମରେ ମିଥ୍ୟା ବ୍ୟାଙ୍କ ଖାତା ଖୋଲି ସମସ୍ତ ଅନୁଦାନ ହରିଲୁଟ କରି ନେଇଥିବା ଗଣେଶଙ୍କ ସ୍ତ୍ରୀ ଗୀତା ନାୟକ ଅଭିଯୋଗ କରିଛନ୍ତି । କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଆଜି ସେହି ଆବାସ ମରାମତି ପାଇଁ ବରସାହି ପଞ୍ଚାୟତର ଗ୍ରାମସେବକ ଗଣେଶଙ୍କୁ ଫୋନ୍‌ କରିଥିଲେ । ଘର ମରାମତି ବାବଦକୁ ତୁମର ୩ ହଜାର ଟଙ୍କା ଆସିଥିବା କହିବା ପରେ ଘଟଣା ସାମ୍ନାକୁ ଆସିଥିଲା ।ଗୀତା କୈାଣସି ଘର ପାଇନଥିବା  କହିଥିଲେ ଏବଂ ଘର ଆମେ ନ କରି ଆମ ନାଁରେ କିପରି ମରାମତି ଅର୍ଥ ଆସିଲା ବୋଲି ଗ୍ରାମସେବକଙ୍କୁ ପଚାରିବା ପରେ ଘଟଣାର ଅସଲ ଚିତ୍ର ପଦାକୁ ଆସିଥିଲା । ଆଜି ଗଣେଶଙ୍କ ସ୍ତ୍ରୀ ଗୀତା ନାୟକ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । କହିଛନ୍ତି ଆବାସ ସଂପର୍କରେ ଆମେ କିଛି ଜାଣିନାହୁଁ । ମୋ ସ୍ୱାମୀଙ୍କ ଅଜାଣତରେ ଦୁହେଁ ମିଶି ବ୍ୟାଙ୍କ ଖାତା ଖୋଲି ସବୁ ଅର୍ଥ ବାଟମାରଣା କରି ନେଇଛନ୍ତି । ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଆବସ ଘର ଫେରି ପାଇବି ସେ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି । ଘଟଣାରେ ଓଡ଼ଗାଁ ବିଡ଼ିଓ ସନ୍ତୋଷ କୁମାର ଜେନା ଅଭିଯୋଗ ପାଇଥିବା କହିଛନ୍ତି ।

Leave A Reply

Your email address will not be published.