ବଲିଉଡ ଅଭିନେତା ସତୀଶ କୌଶିକଙ୍କ ପରଲୋକ

0 60

ନୂଆଦିଲ୍ଲୀ : ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ । ଟ୍ବିଟ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ଅଭିନେତା ଅନୁପମ ଖେର । ସତୀଶ କୌଶିକ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଘନିଷ୍ଠ ବନ୍ଧୁ ଅନୁପମ ଖେର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ସତୀଶ କୌଶିକଙ୍କ ସହ ଏକ ଫଟୋ ସେୟାର କରି ଲେଖିଥିଲେ – “ମୃତ୍ୟୁ ହେଉଛି ଦୁନିଆର ଚରମ ସତ୍ୟ, କିନ୍ତୁ ମୁଁ ସ୍ୱପ୍ନରେ କେବେ ଭାବି ନ ଥିଲି ଯେ ମୁଁ ବଞ୍ଚିଥିବା ବେଳେ ମୋର ସବୁଠାରୁ ଭଲ ବନ୍ଧୁ ସତୀଶ କୌଶିକର ମୃତ୍ୟୁକୁ ନେଇ କିଛି ଲେଖିବି । ୪୫ ବର୍ଷର ସମ୍ପର୍କରେ ହଠାତ ପୂର୍ଣ୍ଣଚ୍ଛେଦ ପଡିଛି ।

ମୃତଦେହ ବର୍ତ୍ତମାନ ଗୁରୁଗାଓଁର ଫୋର୍ଟିସ୍ ହସ୍ପିଟାଲରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ଆଜି ଅପରାହ୍ନରେ ମୁମ୍ବାଇସ୍ଥିତ ତାଙ୍କ ଘରକୁ ଅଣାଯିବ ଏବଂ ତା’ପରେ ତାଙ୍କର ଶେଷ ରୀତିନୀତି ଏଠାରେ କରାଯିବ। ସତୀଶ କୌଶିକ ଗୁରୁଗାଓଁର ଫାର୍ମହାଉସକୁ କାହାକୁ ଭେଟିବାକୁ ଯାଇଥିଲେ। ଫାର୍ମହାଉସରୁ ଫେରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ ଏବଂ ପରେ ତାଙ୍କୁ ଗୁରୁଗାଓଁର ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା।

Leave A Reply

Your email address will not be published.