ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

0 118

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଜିତୁକୁ ଏନକାଉଣ୍ଟର । ଜିତୁ ଓରଫ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କଲା ଖାରବେଳନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ । ବାଙ୍କୁଆଳ କୂଅଖାଇ ନଦୀ ପଠାରେ ଜିତୁକୁ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ଏନକାଉଣ୍ଟର କରିଛି ପୋଲିସ । ଜିତୁର ବାମ ଗୋଡର ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ସ୍ଥାନାନ୍ତର କରାଯାଇଛି । ଜିତୁ କାର୍‌ ନେଇ ଭୁବନେଶ୍ୱର ଆସୁଥିବା ବେଳେ ଟଙ୍କପାଣି ରୋଡରେ ପୋଲିସ ଟିମ୍‌ ସହିତ ମୁହାଁମୁହାଁ ହୋଇଥିଲା । ପୋଲିସକୁ ଦେଖିବା ମାତ୍ରେ ଜିତୁ ଆଖିବୁଜା ଗୁଳିମାଡ଼ କରି ଖସିଯିବାକୁ ଉଦ୍ୟମ କରିଥିଲା । ବହୁ ସମୟ ଧରି ପୋଲିସ-ଅପରାଧୀ ମଧ୍ୟରେ ଛକାପଞ୍ଝା ଚାଲିଥିଲା । ଶେଷରେ ଜିତୁକୁ କାବୁ କରିବାକୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲା ପୋଲିସ ।

ଜିତୁର ବାମ ଗୋଡ଼ରେ ଗୁଳି ବାଜିବା ପରେ ଆହତ ହୋଇଛି । ଘଟଣାସ୍ଥଳରେ ବନ୍ଧୁକ, ଖୋକା ପଡ଼ିଛି ଓ କାର ରହିଛି । ଘଟଣାସ୍ଥଳକୁ ଆଜି ଫରନେସିକ ଟିମ୍ ଯିବ । ଗତ ୧୭ ତାରିଖରେ ୪ ନମ୍ବର ସ୍ଥିତ ସୁନା ଦୋକାନରେ ବୋମା ମାଡ଼ କରିଥିଲା ଜିତୁ । ବୋମାମାଡ଼ ଓ ହତ୍ୟା ଉଦ୍ୟମ ମାମଲାରେ ଜିତୁ ଖାରବେଳନଗର ଥାନା ପୋଲିସର ମୋଷ୍ଟ ୱାଣ୍ଟେଡ ଥିଲା । ଜିତୁ ନାମରେ ବୋମାମାଡ଼, ଡକାୟତି, ସୁପାରୀ, ଚୋରି, ଲୁଟ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା ରହିଛି । ଭୁବନେଶ୍ୱର ସମତେ ଅନ୍ୟ ଜିଲ୍ଲାରେ ଜିତୁ ନାମରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଛି । ଦୁର୍ଦ୍ଦାନ୍ତ ଚିରହେମନ୍ତ ଦାଶ ସହଯୋଗୀ ଥିଲା ଜିତୁ । ୨୦୧୧ ମସିହାରେ ଖାରବେଳନଗର ଥାନାର ଜଣେ ହାବିଲଦାରକୁ ଗୁଳିମାଡ଼ କରି ଖସି ପଳେଇ ଥିଲା । ଅପରାଧ ଓ ଅପରାଧୀ ପ୍ରତି ଜିରୋ ଟଲରାନ୍ସ ନୀତି ପୋଲିସ ଅବଲମ୍ବନ କରୁଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି ।

Leave A Reply

Your email address will not be published.