ଗାଁ ସାରା ପୋକ ସାଲୁବାଲୁ, କେଉଁଠୁ ଆସୁଛି ?

0 95

ଚାରିଆଡେ ପୋକ ସାଲୁବାଲୁ । ପାଦ ପକାଇବା ମୁସକିଲ । ଖାଦ୍ୟ ଓ ପାନୀୟ ଜଳରୁ ବାହାରୁଛି ଅଜଣା ପୋକ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଜମ୍ବେଶ୍ବରପୁରରେ ପୋକକୁ ନେଇ ଆତଙ୍କ । ଇଏ କେଉଁ ପୋକ ? କେଉଁଠୁ ଆସୁଛି ? ତାହା କହାରିକୁ ବି ଜଣାନାହିଁ । ପୋକ ଯୋଗୁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଛି । ଏହାକୁ ନେଇ ପ୍ରଶାସନର ସହାୟତା ନେଇଛନ୍ତି ଗ୍ରାମବାସୀ ।

ଗାଁ ନିକଟସ୍ଥ କ୍ଷେତରୁ ଗାଁ ଭିତରକୁ ପୋକ ଆସୁଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ଓୟୁଏଟିର କୀଟତତ୍ତ୍ବ ବିଭାଗର ଚାରିଜଣିଆ ଟିମ୍ । ପରୀକ୍ଷଣ ପାଇଁ ପୋକର ନମୁନା ଓୟୁଏଟିକୁ ପଠାଯାଇଛି । ପେଣ୍ଟାଟୋମିଡ ବଗ୍ ପ୍ରଜାତିର ଏହି ପୋକ ବୋଲି କହିଛନ୍ତି ବିଶେଷଜ୍ଞ । ଘର ଚାରିପଟେ କେମିକାଲ ସ୍ପେ କରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.