ଭାରତରେ ଆପଲ ତାଙ୍କର ଦୁଇଟି ଅଧିକାରୀକ ଷ୍ଟୋର ଖୋଲିଛନ୍ତି। ଏଥିରେ ଗୋଟିଏ ମୁମ୍ବାଇରେ ଆପଲ ବିକେସି ହୋଇଥିବା ବେଳେ ଦ୍ୱିତୀୟଟି ଦିଲ୍ଲୀର ଆପଲ ସାକେତ୍। ଏହି ଦୁଇଟି ଷ୍ଟୋରକୁ ମ୍ୟାନେଜ୍ କରିବା ପାଇଁ କମ୍ପାନୀ ମୋଟ ୧୭୦ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରିଛି। ଏହି ଷ୍ଟୋର ଦୁଇଟିରେ ନିଯୁକ୍ତ କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ସେମାନଙ୍କ ପ୍ୟାକେଜ୍ କାହାରିକୁ ବି ଆଶ୍ଚର୍ଯ୍ୟ କରିବ ନିଶ୍ଟିତ।
ଭାରତରେ ଆପଲ ଭଳି ଅନେକ ଅତ୍ୟାଧୁନିକ ଷ୍ଟୋର ଅଛନ୍ତି, ହେଲେ ଆପଲ ଭଳି ଏତେ ଉଚ୍ଚ ଶିକ୍ଷିତ ଓ ବିଦେଶୀ ବିଶ୍ୱବିଦ୍ୟାଳୟରୁ ଡିଗ୍ରି ପ୍ରାପ୍ତ କର୍ମଚାରୀ ନଥିବେ ନିଶ୍ଚି। ତେବେ ଆପଲରେ ନିଯୁକ୍ତ କର୍ମଚାରୀଙ୍କ ମଧ୍ୟରୁ କେହି ଏମବିଏ ଡିଗ୍ରିଧାରୀ ହୋଇଥିବା ବେଳେ କେହି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, ପ୍ୟାକେଜିଂ, ରୋବୋଟିକ୍ସ, ଅଟୋମେସନ ଇଞ୍ଜନିୟରିଂରେ ବିଟେକ୍ ଡିଗ୍ରିଧାରୀ ନିଯୁକ୍ତ ହୋଇଛନ୍ତି। କେବଳ ଏତିକି ନୁହେଁ ଏଥିରେ ଏପରି ବି କର୍ମଚାରୀ ଅଛନ୍ତି ଯିଏ କେମ୍ବ୍ରିଜ୍ ଓ ଗ୍ରେଫିଥ୍ ୟୁନିଭର୍ସିଟି ଭଳି ବିଦେଶୀ ସଂସ୍ଥାନରୁ ମଧ୍ୟ ଶିକ୍ଷା ପ୍ରାପ୍ତ କରିଛନ୍ତି।
ଏହା ଛଡା ଅନେକ କର୍ମଚାରୀଙ୍କ ଲିଙ୍କଡ୍ଇନ୍ ଆକାଉଣ୍ଟରୁ ସେମାନଙ୍କୁ ୟୁରୋପ ଓ ମିଡଲଇଷ୍ଟରୁ ଭାରତରେ ଷ୍ଟୋର ଚଳାଇବାକୁ ଟ୍ରାନ୍ସଫର କରାଯାଇଥିବା ଜଣାପଡିଛି। ଏହି ଦୁଇଟି ଷ୍ଟୋରରେ କାମ କରୁଥିବା କର୍ମଚାରୀ ଭାରତର ୧୮ଟି ରାଜ୍ୟର ହୋଇଥିବା ବେଳେ ସେମାନେ ସ୍ଥାନୀୟ ୧୫ଟି ଭାଷା ସହିତ ବିଶ୍ୱର ୨୫ଟି ଦେଶର ଭାଷା କହି,ଲେଖି ଓ ପଢି ପାରୁଛନ୍ତି। ଭାରତରେ ଅନ ଦି ଗ୍ରାଉଣ୍ଡ ରିଟେଲ ଜବ୍ର ଗ୍ଲାମରସ ଦୁନିଆରେ ଆପଲ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି।