ସମ୍ବଲପୁର ସହରରୁ ସଂପୂର୍ଣ୍ଣ ହଟିଲା କର୍ଫ୍ୟୁ କଟକଣା । ସେପଟେ ହିଂସାକାଣ୍ଡକୁ ନେଇ ଆସିଲା ନୂଆ ତଥ୍ୟ

0 99

ସମ୍ବଲପୁର ସହରରୁ ସଂପୂର୍ଣ୍ଣ ଭାବେ କର୍ଫ୍ୟୁ କଟକଣା ହଟିଛି । ଧନୁପାଲି ଥାନା ଓ ଟାଉନ ଥାନା ଅଂଚଳରୁ କର୍ଫ୍ୟୁକଟକଣା ଗତକାଲି ରାତି ୧୧ଟାରୁ ହଟିଛି । ପୂର୍ବରୁ ୪ଟି ଥାନା ଅଂଚଳରୁ କର୍ଫ୍ୟୁ କଟକଣା ହଟିଥିଲା । ଏବେ ସମ୍ବଲପୁର ସହରରେ ସ୍ଥିତି ସ୍ୱାଭାବିକ ହୋଇଛି । ହନୁମାନ ଜୟନ୍ତୀ ଶୋଭଯାତ୍ରା ଉପରେ ପଥର ମାଡ ପରେ ସହରରେ ହିଂସାକାଣ୍ଡ ଘଟିଥିଲା । ସହରରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ କୌଣସି ଅଘଟଣକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲଗାଯାଇଥିଲା ।

ଦୀର୍ଘ ୧୪ ଦିନ ପରେ ସମ୍ବଲପୁର ସହରରୁ କର୍ଫ୍ୟୁକଟକଣା ସଂପୂର୍ଣ୍ଣ ହଟିଛି । ଅନ୍ୟପଟେ ସମ୍ବଲପୁର ହିଂସାକାଣ୍ଡକୁ ନେଇ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ହିଂସା ନେଇ ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ । ସମ୍ବଲପୁର ଜିଲ୍ଲା ଏସପିଙ୍କୁ ଚିଠି ଲେଖି ସତର୍କ ରହିବାକୁ ସୂଚନା ଦେଇଥିଲେ ଗୁଇନ୍ଦା ଏସପି । ସେହି ସମୟର ଚିଠି ଏବେ ସାମ୍ନାକୁ ଆସିଛି । ହିଂସାକାଣ୍ଡର ଦିନକ ପୂର୍ବରୁ ୧୧ ତାରିଖରେ ଏହି ଚିଠି ଲେଖାଯାଇଥିଲା । ୧୨ ଏପ୍ରିଲରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ବିଶେଷ କରି ବଜରଙ୍ଗ ଦଳର ସଦସ୍ୟ ବିଶାଳ ବାଇକ୍ ରାଲି କରିବା ନେଇ ଚିଠିରେ ଉଲ୍ଲେଖ ରହିଛି ।

ଏହି ରାଲି ସମୟରେ ସାମ୍ପ୍ରଦାୟିକ ସଦଭାବ ବିଗିଡିପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଚିଠିରେ ଲେଖାଯାଇଛି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ବାଇକ୍ ରାଲି ମୁସଲମାନ ପ୍ରବଣ ଏରିଆ ଦେଇ ଗତି କରିବ । ଏହି ସମୟରେ ଜୟ ଶ୍ରୀରାମ, ଜୟ ହନୁମାନ ଭଳି ସ୍ଲୋଗାନ୍ ଦେବା ସହ ଅଣ ହିନ୍ଦୁ ଯଦି କିଛି ସ୍ଲୋଗାନ ଦିଅନ୍ତି ତାହାଲେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସତର୍କ କରା ଯାଇଥିଲା । ଆଉ ଚିଠି ପରଦିନ ସମ୍ବଲପୁରରେ ହିଂସା ହୋଇଥିଲା । ହିଂସାକୁ ଦୃଷ୍ଟିରେ ରଖି ସମ୍ବଲପୁରରେ କର୍ଫ୍ୟୁ ଲଗାଯାଇଥିଲା । ଇଂଟରନେଟ ସେବା ବି ବନ୍ଦ ରହିଥିଲା ।

Leave A Reply

Your email address will not be published.