ରାଜ୍ୟରେ ଅଂଶୁଘାତ ନେଇନି ଜୀବନ

0 94

ଭୁବନେଶ୍ୱର : ଓଡ଼ିଶାରେ ଚଳିତ ବର୍ଷ କେହି ଅଂଶୁଘାତରେ ପ୍ରାଣ ହରାଇ ନାହାନ୍ତି। ସାମାନ୍ୟ ଅସୁସ୍ଥଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଏସି ରୁମ ଆଇସିୟୁ ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ଚିକିତ୍ସା ପରେ ଘରକୁ ପଠାଯାଇଛି।

ଆଜି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେବେ। କେନ୍ଦ୍ର ସରକାର ଏଯାଏ ଅଂଶୁଘାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିନାହାନ୍ତି। ଅନ୍ୟ ରାଜ୍ୟରେ ଅଂଶୁଘାତରେ ଅନେକ ଜୀବନ ଯାଇଛି। ଓଡ଼ିଶାରେ ସେପରି ହୋଇନି। ହେଲେ ଭବିଷ୍ୟତରେ କଣ ହେବ, କହି ହେବନି। ତେଣୁ ଅଂଶୁଘାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର ଏନେଇ ବିଚାର କରିବେ ବୋଲି ଆଶା ରଖିଥିବା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।

ଆସନ୍ତା ଜୁନ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ବାର୍ଷିକ ସମୀକ୍ଷା ବୈଠକ ନେବେ। ଏହା ପରେ ତାଙ୍କ ନିର୍ଦେଶରେ ନିଅଣ୍ଟିଆ ବର୍ଷା ମୁକାବିଲା ପାଇଁ କାମ କରାଯିବ । ବର୍ଷାର ସ୍ଥିତି ଦେଖି ପରବର୍ତ୍ତୀ କାର୍ଯ୍ୟଧାରା ସ୍ଥିର କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.