ଏହି ୩ ବଡ଼ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ଆରବିଆଇ

0 115

ନୂଆଦିଲ୍ଲୀ : ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଦେଶର ତିନୋଟି ବଡ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)। ତେବେ ସେହି ବ୍ୟାଙ୍କଗୁଡିକ ମଧ୍ୟରେ ଜମ୍ମୁ-କଶ୍ମୀର ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଏବଂ ଆକ୍ସିସ ବ୍ୟାଙ୍କ ରହିଛି। ଆରବିଆଇ ଶୁକ୍ରବାର ଜମ୍ମୁ-କଶ୍ମୀର ବ୍ୟାଙ୍କ ଉପରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ପାଳନ ନ କରିବା ପାଇଁ ୨.୫ କୋଟି ଟଙ୍କା ଜରିମାନା ଲଗାଇଥିବା ଜଣାପଡିଛି। ଏଥିସହ ବ୍ୟାଙ୍କ ଅଫ ମହାରାଷ୍ଟ୍ର ମଧ୍ୟ ୧.୪୫ କୋଟି ଟଙ୍କା ଜରିମାନା କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଅନ୍ୟ ଏକ ବିବୃତ୍ତିରେ କହିଛି ଯେ ଆକ୍ସିସ ବ୍ୟାଙ୍କ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି। ଏଥିରେ କୁହାଯାଇଛି ଯେ କ୍ରେଡିଟ କାର୍ଡ ଦେୟ ବିଳମ୍ବରେ ପ୍ରଦାନ ପାଇଁ ବ୍ୟାଙ୍କ କେତେକ ଆକାଉଣ୍ଟରେ ଦଣ୍ଡବିଧାନ ଶୁଳ୍କ ଲଗାଇଥିଲା। ହେଲେ ଗ୍ରାହକ ଧାର୍ଯ୍ୟ ତାରିଖ ସୁଦ୍ଧା ଅନ୍ୟ ଉପାୟ ମାଧ୍ୟମରେ ଦେୟ ପ୍ରଦାନ କରିଥିଲେ।

Leave A Reply

Your email address will not be published.