ପୁଣି ସାମ୍ନାକୁ ଆସିଲା ପୁଣି ପୁରୀ ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ

0 137

ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚାଲିଛି ଟଣା ଓଟରା । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ନିନ୍ଦନୀୟ ଘଟଣା । ଶ୍ରୀମନ୍ଦିର ଭିତରେ ରିଲ ଭିଡିଓ । ରୋହିତ ଯୟସ୍ଵାଲ ନାମକ ଜଣେ ବ୍ୟକ୍ତି ତାଙ୍କ Instagarm I’d ରେ ଛାଡିଛନ୍ତି ଏହି ଭିଡ଼ିଓ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଘୋର ନିନ୍ଦା କରିବା ସହ ପୁରୀ ପ୍ରଶାସନ ଏବଂ ସୁରକ୍ଷା ବ୍ୟବସ୍ଥା ଦାୟିତ୍ଵରେ ଥିବା ଆରକ୍ଷୀ ଅଧିକାରୀ ଙ୍କ ଅବହେଳା କଥା କହିଛନ୍ତି । କେମିତି ମୋବାଇଲ ଶ୍ରୀମନ୍ଦିର ଭିତରେ ପ୍ରବେଶ କଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି? । ଯେଉଁଠି ସାଧାରଣ ଲୋକଙ୍କ ପାଇଁ ଏତେ କଟକଣା ଜାରି ହେଉଛି ସେଇଠି ବାହାର ରାଜ୍ୟ ରୁ ଆସି କେମିତି ଜଣେ ରିଲ ଭିଡିଓ କରୁଛି । ତେବେ ଦେଖିବାକୁ ବାକି ରହିଲା ପୁରୀ ପ୍ରଶାସନ କ’ଣ ପଦକ୍ଷେପ ଗ୍ରହଣ କରୁଛି ।

Leave A Reply

Your email address will not be published.