ଚନ୍ଦ୍ରରେ ଭାରତର ଅବତରଣ ସହ ୧୩ କମ୍ପାନୀଙ୍କର ହୋଇଛି ୨୦ ହଜାର କୋଟିର ଆୟ, ଜାଣନ୍ତୁ କିପରି?

0 98

ମୁମ୍ବାଇ : ଭାରତ ଚନ୍ଦ୍ରରେ ପାଦ ଥାପି ଇତିହାସ ରଚିଛି। ଏହି ସଫଳତା କେବଳ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କର ନୁହେଁ ବରଂ ସେହି କମ୍ପାନୀମାନଙ୍କର ଯେଉଁମାନେ ଚନ୍ଦ୍ରଯାନ-୩ର ନିର୍ମାଣରେ ସେମାନଙ୍କର ଯୋଗଦାନ ଦେଇଥିଲେ। ତେବେ ସବୁଠୁ ଯାହା ଖାସ କଥା ତାହା ହେଉଛି ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ ଦେଶର ୧୩ କମ୍ପାନୀ ୨୦ ହଜାର କୋଟିରୁ ଅଧିକ ବଜାର ପୁଞ୍ଜିକରଣ କରି ପାରିଛନ୍ତି।

ଏମାନେ ସେହି ସବୁ କମ୍ପାନୀ ଯେଉଁମାନେ ଏରୋସ୍ପେସ୍‌ କାରବାର ସହ ସମ୍ପୃକ୍ତ।ଏଥିରୁ ଆଗାମୀ ଦିନମାନଙ୍କରେ ଏହି ସବୁ କମ୍ପାନୀଙ୍କ ଆୟରେ କେତେ ବୃଦ୍ଧି ହେବ ତାହା କେବଳ କଳ୍ପନା କରିବାର କଥା। ବାସ୍ତବରେ ଏହି ୧୩ଟି କମ୍ପାନୀ ଭାରତୀୟ ସେୟାର ବଜାରରୁ ଏହି ଆୟ କରିଛନ୍ତି। ପାଖାପାଖି ଗତ ୧ ସପ୍ତାହ ହେଲା ଏହି କମ୍ପାନୀଙ୍କ ସେୟାର ମୂଲ୍ୟରେ ବୃଦ୍ଧି ଦେଖାଯାଉଥିଲା। ଯାହାର ପରିଣାମ ବଜାରରେ ସେମାନଙ୍କ ସେୟାର ମୂଲ୍ୟରେ ବୃଦ୍ଧି ହୋଇଛି। ଏହାର ଅର୍ଥ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ ହିଁ ଏହି କମ୍ପାନୀମାନଙ୍କ ବଜାର ପୁଞ୍ଜିକରଣ (ମାର୍କେଟ୍ କ୍ୟାପିଟାଲାଇଜେସନ) ୨୦ ହଜାର କୋଟି ଟଙ୍କାକୁ ପାର କରିଯାଇଥିଲା।

ବ୍ଲୁମବର୍ଗ ତଥ୍ୟ ଅନୁସାରେ ଇଲେକ୍ଟ୍ରୋନିକ୍ କମ୍ପୋନେଣ୍ଟରୁ ଆରମ୍ଭ କରି ରକେଟର କମ୍ୟୁନିକେସନ, ନେଭିଗେସନରେ ବ୍ୟବହୃତ ହୋଇଥିବା ମେଟାଲ ଗିୟର୍ସ ପର୍ଯ୍ୟନ୍ତ ଯୋଗାଣ କରିଥିବା ୧୩ କମ୍ପାନୀଙ୍କ ସେୟାର ଚଳିତ ସପ୍ତାହରେ ମାର୍କେଟ କ୍ୟାପ୍‌ରେ ୨.୫ ବିଲିୟନ ଡଲାରରୁ ଅଧିକ ଅର୍ଥାତ ୨୦ ହଜାର କୋଟିରୁ ଅଧିକ ବୃଦ୍ଧି କରିଛନ୍ତି। ଇସ୍ରୋଙ୍କ ଚନ୍ଦ୍ରଯାନ-୩ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଙ୍କ ଦକ୍ଷିଣ ମେରୁରେ ଅବତରଣ କରିଛି। ଏପରି ସ୍ଥାନରେ ଅବତରଣ କରିବାରେ ଭାରତ ବିଶ୍ୱର ଏକମାତ୍ର ଦେଶ। ସ୍ପେସ୍‌ କ୍ରାଫ୍ଟ ସପ୍ଲାୟରଙ୍କ ମଧ୍ୟରେ ସବୁଠୁ ଅଧିକ ଲାଭ ଇଣ୍ଡଷ୍ଟ୍ରିୟାଲ ଗ୍ୟାସ୍ ଫାର୍ମ ‘ଲିଣ୍ଡେ ଇଣ୍ଡିଆ’କୁ ମିଳିଛି। ଏହି ସମୟରେ କମ୍ପାନୀର ସେୟାର ମୂଲ୍ୟ ୨୩ ପ୍ରତିଶତରୁ ଅଧିକ ଉପରକୁ ଯାଇଥିଲା।

ଏଥିରେ ସେଣ୍ଟମ ଇଲେକ୍ଟ୍ରୋନିକ୍ସ ଯିଏ ମିସନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ମଡ୍ୟୁଲ ଓ ସିଷ୍ଟମ ଯୋଗାଣ କରିଥିଲେ ତାଙ୍କ ସେୟାର ମୂଲ୍ୟରେ ୧୧ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଦେଖାଯାଇଛି। ସେହିପରି ସାଟେଲାଇଟ୍ କମ୍ୟୁନିକେସନ ପ୍ରୋଭାଇଡର ଅଭଣ୍ଟେଲ ଯାହାର ଗ୍ରାହକ ନିଜେ ଇସ୍ରୋ ମଧ୍ୟ ଅଛନ୍ତି ସେୟାର ମୂଲ୍ୟରେ ୧୨ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ଦେଖାଯାଇଛି।ମୁମ୍ବାଇସ୍ଥିତ ୱେଲଥମିଲସ୍ ସିକ୍ୟୁରିଟିଜ ପ୍ରାଇଭେଟ ଲିମିଟେଡଙ୍କ ଷ୍ଟ୍ରାଟେଜିଷ୍ଟ କ୍ରାନ୍ତି ବଥିନୀ କହିଛନ୍ତି ଯେ ମୁନ ମିସନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ଅଂଶଗ୍ରହଣ କରିଥିବାରୁ ଏହି ସେକ୍ଟରରେ କମ୍ପାନୀମାନଙ୍କ ଲାଗି ଅବସର ଖୋଲିଛି। ହୁଏତ ଆଗାମୀ ଦିନରେ ଏହି କମ୍ପାନୀମାନେ ଗ୍ଲୋବାଲ ପ୍ରୋଜେକ୍ଟର ଅଂଶ ହୋଇପାରନ୍ତି ଓ ସେମାନେ ନିଜ ଉତ୍ପାଦ ଓ ସେବା ରପ୍ତାନୀ କରି ବିପୁଳ ଆୟ ପାରନ୍ତି ବୋଲି ବଥିନୀ କହିଛନ୍ତି।

Leave A Reply

Your email address will not be published.