କର୍ଣ୍ଣ ଭୂମିକାରେ ନଜର ଆସିବେ ସାହିଦ

0 65

ମୁମ୍ବାଇ, ୧୨ା୧୦: “ରାମାୟଣ’ପୃଷ୍ଠଭୂମିରେ ନୀତେଶ ତିୱାରୀ ଏକଫିଲ୍ମ ନିର୍ମାଣ କରୁଥିବା କଥା ଅନେକଦିନରୁ ସାମାଜିକ ଗଣମାଧ୍ୟମରେଚର୍ଚ୍ଚା ହେଉଥିବା ବେଳେ ଏବେ”ମହାଭାରତ’ ପୃଷ୍ଠଭୂମିରେ ଏକ ଫିଲ୍ମନିର୍ମାଣ କରାଯାଉଛି ବୋଲି ସାମ୍ନାକୁଆସିଛି । କର୍ଣ୍ଣଙ୍କ ଉପରେ ଏକ ଫିଲ୍ମନିର୍ମାଣ ହେବ ବୋଲି ଅନେକ ଦିନରୁଚର୍ଚ୍ଚା ହେଉଥିଲା । ଏବେ ଫିଲ୍ମ ନିର୍ମାତାଙ୍କୁଶେଷରେ ତାଙ୍କ କର୍ଣ୍ଣ ମିଳିଯାଇଛନ୍ତି ।ଶାହିଦ୍ କପୁର କର୍ଣ୍ଣ ଭୂମିକାରେ ନଜରଆସିବେ ବୋଲି ଜଣାପଡ଼ିଛି । ତେବେଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ବାସୁଭଗନାନୀ ଓ ଜ୍ୟାକି ଭଗନାନୀ ଥିବାଜଣାପଡ଼ିଛି । ଏହି ଫିଲ୍ମ ସମ୍ପର୍କରେ୨୦୨୧ରେ ବାସୁ ଭଗନାନୀଙ୍କ ପୂଜାଏଣ୍ଟରଟେନ୍ମେଣ୍ଟ ଘୋଷଣା କରିଥିଲା ।ଏପରିକି ଫିଲ୍ମର ଟାଇଟଲ୍ ଲୋଗୋମଧ୍ୟ ଜାରି କରାଯାଇଥିଲା ।ସେତେବେଳେ ଫିଲ୍ମ ନିର୍ମାତାକହିଥିଲେ ଯେ, ଏହି ଫିଲ୍ମ କର୍ଣ୍ଣଙ୍କଉପରେ ଆଧାରିତ ହେବ । ଫିଲ୍ମରନିଦେ୍ର୍ଦଶନା ଦାୟିତ୍ୱରେ ଆର୍ଏସ୍ବିମଲ ରହିବେ । କର୍ଣ୍ଣ ଭୂମିକା ପାଇଁପ୍ରଥମେ ସାଉଥ୍ ସୁପରଷ୍ଟାର୍ ବିକ୍ରମଙ୍କୁବଛା ଯାଇଥିଲା । କୌଣସି କାରଣରରୁଏହା ଫାଇନାଲ ହୋଇପାରି ନଥିଲା ।ଏହାପରେ ରଣବୀର ସିଂହଙ୍କ ନାମମଧ୍ୟ ଶୁଣାଗଲା । ଇତିମଧ୍ୟରେ ଏହିପ୍ରୋଜେକ୍ଟ ଦୁଇ ବର୍ଷ ଧରି ଅଟକିରହିଥିଲା । ଶେଷରେ ଏବେ କର୍ଣ୍ଣଭୂମିକା ପାଇଁ ଶାହିଦ୍ଙ୍କୁବଛାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.