ଦୁମଣୀ ଖବର ମଲ୍ଲାଇକା ଆରୋରା ଏକାଧାରାରେ ଜଣେ ନୃତ୍ୟଶିଳ୍ପୀ ,ଅଭିନେତ୍ରୀ ମଡେଲ,ଟେଲିଭିଜନ ଉପସ୍ଥାପିକା ଭାବ କାମ କରିଛନ୍ତି ଏତଦ ବ୍ୟତୀତ ଆଇଟମ ନୃତ୍ୟ କରି ମଧ୍ୟ ବେଶେ ସୁନାମ ଅର୍ଜନ କରିଛନ୍ତି | ୨୦୧୭ ସଲମାନ ଖାଁ ଙ୍କ ଭାଇ ଅରବାଜ ଖାନଙ୍କଠାରୁ ଅଲଗା ହେବା ପରେ ମଲ୍ଲାଇକା ଆରୋରା ୧୧ବର୍ଷ ସାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରି ଆସୁଛନ୍ତି।କିଛିଦିନ ହେବ ମଲ୍ଲାଇକା ଓ ଅର୍ଜୁନଙ୍କ ପ୍ରେମ ବିଚ୍ଛେଦ ହୋଇଥିବା ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି କାରଣ ଅଭିନେତା ଅର୍ଜୁନଙ୍କ ନାମକୁ ଅଭିନେତ୍ରୀ କୁଶା କପିଲାଙ୍କ ସହିତ ଯୋଡ଼ା ଯାଉଛି। କୁହାଯାଉଛି ଦୁହେଁ ଏବେ ଅନେକ ସ୍ଥାନକୁ ଡେଟିଂରେ ଯାଉଛନ୍ତି।ନିକଟରେ ମଲ୍ଲାଇକା ଆରୋରା ‘ଯାହା ଜଣାଇବାର ଥିଲା ଜଣାଯାଇସାରିଛି। ମୁଁ ଯେଉଁ ପ୍ରୋଫେସନରେ ଅଛି, ସେଥିରେ ଉଭୟ ଭଲ ଓ ମନ୍ଦକୁ ଶୁଣିବାକୁ ପଡ଼ିବ। ଲାଇମଲାଇଟରେ ଥିଲେ ଲୋକେ ବିଭିନ୍ନ କଥା କହିବେ। ତେଣୁ ମୋର ଏସବୁକୁ ନେଇ କିଛି ବି ଫରକ ପଡ଼ିବ ନାହିଁ। ମୋର ଯେଉଁ ସମ୍ପର୍କ ଯେମିତି ଅଛି ଭଲ ଅଛି। ଲୋକମାନଙ୍କ ମନକୁ ଯାହା ଆସିବ ତାହା ଯେ ସତ ହେବ ଏକଥା ଠିକ ନୁହେଁ। ତେଣୁ ଲୋକେ ମୋତେ ନେଇ ଯାହା ବି କହିବେ ମୋ ନାମକୁ ନେଇ ଯେଉଁବି ପୁରୁଷ ସହିତ ଯୋଡ଼ିବେ ସେଥିରେ ମୋର କିଛି ଯା.. ଆସ ନାହିଁ।’