ରାଜ୍ୟ ଶ୍ରମ ସଂସ୍ଥାନରେ ପ୍ରାଥମିକ ଆଶୁ ଚିକିତ୍ସା

Primary Health Care in State Labor Institutions

0 54

ଭୁବନେଶ୍ୱର, : ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୂଲ୍ୟରେ ସଂସ୍ଥାନର ସମ୍ମିଳନୀ କକ୍ଷରେ ଗତ ନଭେମ୍ବର ୭ ତାରିଖରେ ଉଦ୍‌ଘାଟିତ ହୋଇଥିବା ପ୍ରାଥମିକ ଆଶୁ ଚିକିତ୍ସା, “ମୋ ସରକାର’ ଏବଂ ‘୫-ଟି’ ଶୀର୍ଷକ ବିଷୟ ଉପରେ ଦୁଇଦିନିଆ କର୍ମଶାଳାର ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଆଜିର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ନିତିରଞ୍ଜନ ସେନ୍‌ କହିଲେ ଯେ ଏହି ପ୍ରକାରର ତାଲିମ ଶ୍ରମ ଓ କର୍ମ•ରୀ ବୀମା ବିଭାଗ ଅଧିନସ୍ଥ ସମସ୍ତ ଅଧିକାରୀ ଓ କର୍ମ•ରୀମାନଙ୍କୁ ଦିଆଯିବ । ଆଜିର ଅନ୍ତିମ ଦିବସରେ ତାଲିମଦାତାମାନେ ବନ୍ୟା, ବାତ୍ୟା, ଘରପୋଡ଼ି, ସାପ ଦଂଶନ, ବିଜୁଳିଘାତ, କ୍ଷତ ଇତ୍ୟାଦି ସହ ବିଭିନ୍ନ ସାଧାରଣ ଆଶୁ ଚିକିତ୍ସାର ସଫଳ ପ୍ରୟୋଗରେ କିପରି ମୂଲ୍ୟବାନ ଜୀବନ ବଞ୍ଚାଇ ଦିଆଯାଇପାରିବ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ । ସେହିପରି ତାଲିମଦାତାମାନେ ରାଜ୍ୟ ସରକାରଙ୍କ “ମୋ ସରକାର’ ଓ ‘୫-ଟି’ ଉପକ୍ରମର କାର୍ଯ୍ୟକାରିତା ଓ ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ । ଏହି ଦୁଇଦିନିଆ କର୍ମଶାଳାରେ ଡ.ଜୋକେ ପତି, ଡ. ଜେ ଜେନା, ମନୋଜ କୁମାର ସ୍ୱାଇଁ ଏବଂ ଡ. ଅଜୟ କୁମାର ନାୟକ ତାଲିମଦାତା ଭାବେ ଯୋଗଦାନ କରିଥିଲେ । ଶେଷରେ ସଫଳତାର ସହିତ ତାଲିମ ସଂପୂର୍ଣ୍ଣ କରିଥିବା ୫୫ ଜଣ ଅଂଶଗ୍ରହଣକାରୀ ଅଧିକାରୀ ଓ କର୍ମ•ରୀଙ୍କୁ ରାଜ୍ୟ ଶ୍ରମ ସଂସ୍ଥାନ, ଓଡ଼ିଶା ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.