ପ୍ରଶାସନ ଶୁଣିଲାନି: ରାସ୍ତା ମରାମତି କଲେ ଯୁବଗୋଷ୍ଠୀ

The administration did not listen: the youth repaired the road

0 66

ନୁଆପଡା, : ରାସ୍ତା ମରାମତି ପାଇଁ ପ୍ରଶାସନକୁ ଅନେକ ଥର ଗୁହାରୀ କଲେ, ହେଲେ କେବେ ପ୍ରଶାସନ ଶୁଣିଲାନି । ଶେଷରେ ପ୍ରଶାସନକୁ ଚାଲେଞ୍ଜ କରି ଗାଁର ଯୁବଗୋଷ୍ଠୀ ଶ୍ରମଦାନ କରି ନିଜ ଗାଁର ରାସ୍ତା ମରାମତି କରି ଉଦାହରଣ ସୃଷ୍ଟି କଲେ । ଆମେ କହୁଛୁ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଡୁମେର ବାହାଲ ଗାଁର କଥା । କୋମନା ଓ ଖଡିଆଳ ବ୍ଲକ ମଧ୍ୟଭାଗ ସ୍ଥିତ ତିଖାଲୀ ଠାରେ ନିର୍ମାଣ ହୋଇଛି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ । ଚଳିତ ବର୍ଷ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ଜଳ ଧାରଣା କ୍ଷମତା ଅନୁସାରେ ପାଣି ଭର୍ତ୍ତି କରାଯାଇଛି । ଯାହା ଫଳରେ ପ୍ରକଳ୍ପ ସୀମାବର୍ତ୍ତି ତଥା ଆଂଶିକ ବୁଡି ଗାଁ ଡୁମେର ବାହାଳ ଗାଁ ରାସ୍ତାରେ ବର୍ଷା ଦିନରେ ସବୁ ବେଳେ ପାଣି ଭର୍ତ୍ତି ହୋଇ ରହୁଥିଲା । ଯାହା ଫଳରେ କଚ୍ଚା ରାସ୍ତା ହୋଇଥିବାରୁ ଉକ୍ତ ପାଣିରେ ରାସ୍ତା ସବୁ ଧୋଇ ହୋଇ ଖାଲଖମା ହୋଇ ଯାଇଥିଲା । ତେଣୁ ଲୋକଙ୍କୁ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା । ଏନେଇ ଗ୍ରାମବାସୀ ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ବ୍ଳକ ତଥା ଜିଲ୍ଲା ପ୍ରଶାସନକୁ ଅନେକ ଥର ଅନୁରୋଧ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ତେଣୁ ଗାଁର ଯୁବ ଗୋଷ୍ଠୀ ଏକ ବୈଠକ କରି ନିଜ ଶ୍ରମଦାନ କରି ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ରାସ୍ତା ମରାମତି ପାଇଁ ବୁଧବାର ସକାଳୁ ବାହାରି ପଡ଼ିଲେ ଡୁମେର ବାହାଲ ଗାଁର ମାଁ ମସେଶ୍ୱରୀ କ୍ରୀଡା ଓ ସାଂସ୍କୃତିକ କ୍ଳବ୍‌ର ଯୁବକ ତଥା ଅନ୍ୟାନ୍ୟ ଯୁବକମାନେ । ଆଉ ପ୍ରଶାସନକୁ ଚ୍ୟାଲେଞ୍ଜ କରି ଉକ୍ତ ଖାଲଖମା ରାସ୍ତାରେ ମାଟି ମୋରମ୍‌ ପକାଇ ସମତୁଲ କରିଥିଲେ । ବର୍ତ୍ତମାନ ଜାତୀୟ ରାଜପଥରୁ ଗାଁକୁ ଯାତାୟାତ ସ୍ୱାଭାବିକ ହୋଇଛି । ଅନେକ ଦିନରୁ ଅସୁବିଧାର ସମ୍ମୁଖିନ ହେଉଥିବା ଗ୍ରାମବାସୀ ଗାଁର ଯୁବ ଗୋଷ୍ଠୀକୁ ଧନ୍ୟବାଦ ଦେବା ସହ ବହୁ ପ୍ରଶଂସା କରିଛନ୍ତି । କ୍ଲବ୍‌ର ତୋଫାନ ଯାଦବ, ଲଳିତ ଯାଦବ, ପୀୟୂଷ ୟାଦବ, ଗିରେନ୍ଦ୍ର ଯାଦବ, ଦିନେଶ ଯାଦବ, ପପୁ ଯାଦବ, ସୁଶାନ୍ତ ୟାଦବ ପ୍ରମୁଖ ଉକ୍ତ ରାସ୍ତା ମରାମତି କାର୍ଯ୍ୟରେ ସାମିଲ ଥିଲେ । ବର୍ତ୍ତମାନ ଉକ୍ତ ରାସ୍ତାକୁ ନୂତନ ଭାବାରେ ନିର୍ମାଣ କରି ପକ୍କା ରାସ୍ତାରେ ପରିଣତ କରିବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ପାଖରେ ଦାବୀ କରିଛନ୍ତି ।

Leave A Reply

Your email address will not be published.