କୃତି ଛାତ୍ରଙ୍କୁ ନିଆରା ଢଙ୍ଗରେ ସ୍ୱାଗତ

Katie welcomes students in a unique way

0 57

ରା.ଉଦୟଗିରି, : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ କୃତୀ ଛାତ୍ରଛାତ୍ରୀଙ୍କୁ ନିଆରା ଢଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ତା :- ୦୪/୧୧/ ୨୦୨୩ ରିଖରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ଗାନ୍ଧୀ ସ୍ମୃତି ବିଦ୍ୟାଳୟଠାରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାସ୍ତରୀୟ କଳା ଉତ୍ସବ ପାଳିତ ହୋଇଯାଇଥିଲା । ଉକ୍ତ ଉତ୍ସବରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚତର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ, ସଂଗୀତ, ଏକକ ଅଭିନୟ ଓ ଚିତ୍ରକଳା ଆଦି ବିଭିନ୍ନ ବିଭାଗରେ ଭାଗ ନେଇ ନିଜେ ନିଜର କୃତିତ୍ୱ ପ୍ରଦର୍ଶନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ କେ.ଏମ.ଭାଲିଆସାହି ଉଚ୍ଚ ବିଦ୍ୟାଳୟରୁ ଆଦିତ୍ୟ ଦଳାଇ (ଦଶମ ଶ୍ରେଣୀ ) ଶାସ୍ତ୍ରୀୟ ନୃତ୍ୟରେ ଏବଂ ସାନୁ ନାୟକ (ନବମ ଶ୍ରେଣୀ ) ଏକକ ଅଭିନୟରେ ଅଂଶଗ୍ରହଣ କରିଥିଲେ । ନିଜ ବିଭାଗରେ ଶ୍ରେଷ୍ଠତା ପ୍ରତିପାଦନ ପୂର୍ବକ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଜୋନାଲ ସ୍ତରକୁ ମନୋନୀତ ହୋଇଥିଲେ । ତା :- ୦୯/୧୧/୨୦୨୩ ରିଖ କୋରାପୁଟଠାରେ ଆୟୋଜିତ ହୋଇଥିବା ଜୋନାଲସ୍ତରୀୟ କଳାଉତ୍ସବ ପ୍ରତିଯୋଗିତାରେ ଜିଲ୍ଲା ପକ୍ଷରୁ ଭାଗ ନେଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଫଳତଃ ଉକ୍ତ ବିଦ୍ୟାଳୟର ଛାତ୍ର ଆଦିତ୍ୟ ଦଳାଇ ଶାସ୍ତ୍ରୀୟ ନୃତ୍ୟରେ ସର୍ବଶ୍ରେଷ୍ଠ ବିବେଚିତ ହୋଇ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । ଏହା ସହିତ ସାନୁ ନାୟକ ମଧ୍ୟ ଏକକ ଅଭିନୟରେ ଉତ୍ତମ କଳା ପ୍ରଦର୍ଶନ କରି ତୃତୀୟ ସ୍ଥାନ ଅଧିକାର କରି ଗଜପତି ଜିଲ୍ଲା ପାଇଁ ସୁନାମ ଆଣିପାରିଛନ୍ତି । ଏଥିପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମଚନ୍ଦ୍ର ଦଳବେହେରା କୃତୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହିତ ନିଜ ହାତରେ ମିଠା ଖୁଆଇ ସମ୍ବର୍ଦ୍ଧନା ଜଣାଇଛନ୍ତି । ନିରନ୍ତର ଚେଷ୍ଟା ସଫଳତାର ଚାବିକାଠି ବୋଲି କହିବା ସହିତ ନୃତ୍ୟଗୁରୁ ବିଭୁତି ଭୂଷଣ ନାୟକ ଏବଂ ମାର୍ଗଦର୍ଶକ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପ୍ରହ୍ଲାଦ ଶିଅଳଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଉକ୍ତ ସଫଳତା ପାଇଁ ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରୁଥିବା ସନ୍ତୋଷ ସାହୁ ଏବଂ କ୍ରୀଡା ନିରୀକ୍ଷକ ସୁରେଶ କୁମାର ପାତ୍ରଙ୍କର ସହଯୋଗ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କର ସହାନୁଭୂତି ରହିଛି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.