ପାଣି ଅଭାବରୁ ଧାନ ଜମି ଫାଟି ଆଁ, ମରୁଡ଼ି ଆଶଙ୍କା

Due to lack of water, paddy fields are cracked, there is danger of drought

0 61

କେନ୍ଦ୍ରାପଡ଼ା, : କେନ୍ଦ୍ରାପଡ଼ା ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ଧାନ ଜମି ଗୁଡିକ ପାଣି ଅଭାବରୁ ଶୁଖିଲା ହେବା ସହ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଚାଷୀ କୂଳ ହତାଶରେ ଥିବାବେଳେ ସୁସ୍ଥ ସବଳ ଧାନ ଗଛ ଗୁଡିକ ପାଣି ବିନା ଗଜା ମରୁଡି ଧରିବାର ଆଶଙ୍କା ଦେଖା ଦେଇଛି । ବିଶେଷ କରି କେନ୍ଦ୍ରାପଡା ବ୍ଲକର ଆୟବା ପଂଚାୟତରେ ଧାନ ଚାଷ ଉଜୁଢି ଯିବାକୁ ବସିଛି । କେନାଲରେ ପାଣି ନଥିବାରୁ ପଂଚାୟତର ଶହ ଶହ ଏକର ଚାଷ ଜମି ଜଳାଭାବ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ଧାନ ଥୋର ବାହାରିବା ବେଳକୁ ବିଲରେ ପାଣି ଆବଶ୍ୟକ ଥିବା ବେଳେ ବିଲ ଶୁଖିଲା ପଡିଛି । କେତେକ ଜାଗାରେ ଫାଟି ଆଁ କରିଥିବା ଜମିକୁ ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ନିଜର ଧନ ଓ ପରିଶ୍ରମ ନଷ୍ଟ ହେଉଥିବା ଦେଖି ଲୁହ ଗଡାଉଛି । ଧାନ ଗଦା ଗୁଡିକ ବେଶ ସୁସ୍ଥ ସବଳ ହୋଇଥିବାରୁ ଚଳିତ ବର୍ଷ ଭଲ ଧାନ ଫଳିବ ବୋଲି ଚାଷୀ ଆଶା କରିଥିଲା । କିନ୍ତୁ ଚାଷ ପାଇଁ ଆବଶ୍ୟକ ହେଉଥିବା ପାଣି ଚାଷୀକୁ ମିଳୁନାହିଁ । କେନାଲରେ ପାଣି ନଥିବାରୁ ଜମିକୁ ପାଣି ମାଡି ପାରୁନାହିଁ । ଅନ୍ୟ ଉପାୟ ନପାଇ କେତେକ ଚାଷୀ ଆଖପାଖ ରେ ଥିବା ଜଳାଶୟରୁ ପମ୍ପ ଯୋଗେ ପାଣି ମଡାଉ ଥିଲେ ମଧ୍ୟ ସେମାନଙ୍କୁ ଅତିରିକ୍ତ ବ୍ୟୟଭାର ବହନ କରିବାକୁ ପଡୁଛି । ଯାହାକି, ସମସ୍ତ ଚାଷୀଙ୍କ ପକ୍ଷରେ ସମ୍ଭବ ନୁହେଁ । ଏକ ଏକର ଧାନ ଚାଷ ପାଇଁ ଚାଷୀକୁ ୨୦ କିଲୋ ଧାନ ବିହନ, ସାଢେ ୩ ହଜାର ଟଙ୍କାର ସାର, ଟ୍ରାକ୍ଟର ହଳ ବାବଦକୁ ୩ ହଜାର ଓ ଧାନ କଟା, ଧାନ ଉଠା ଓ ଅମଳ ବାବଦକୁ ମଜୁରୀ ହାରାହାରି ୮ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏହିଭଳି ଅନ୍ୟାନ୍ୟ ଖର୍ଚ୍ଚ ସହ ମୋଟ ୧୮ ରୁ ୨୦ ହଜାର ଟଙ୍କା ଏକ ଏକର ଧାନ ଚାଷ ପାଇଁ ଚାଷୀ ବ୍ୟୟ କରୁଥିବା ବେଳେ ଅମଳ ପୂର୍ବରୁ ପାଣି ବିନା ଚାଷ ଉଜୁଡି ଗଲେ ଚାଷୀ କେବଳ ବିଲରୁ ଅଗାଡି ପାଇବ । ଧାନ ଚାଷ ପାଇଁ ଆବଶ୍ୟକ ପାଣି ଠିକ ସମୟରେ ଯୋଗାଇ ନପାରିଲେ ଧାନ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇ ମରୁଡି ଆଶଙ୍କା ସୃଷ୍ଟି ହେବ ବୋଲି ବହୁ ଚାଷୀ ପ୍ରଶାସନ ନିକଟରେ କେନାଲରେ ପାଣି ଦେଇ ଚାଷକୁ ବଂଚାଇବା ପାଇଁ ଦାବି କରିଛନ୍ତି । ଜିଲ୍ଲାର ବିଭିନ୍ନ ଅଂଚଳରେ ଏହି ସମସ୍ୟା ଲାଗି ରହିଥିବାରୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛ

Leave A Reply

Your email address will not be published.