ଉତ୍ତରାଖଣ୍ଡରେ ଟନେଲ୍‌ ଟ୍ରାଜେଡି ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଓଡ଼ିଆ

Among the 40 workers trapped in the tunnel tragedy in Uttarakhand, 5 are Odia

0 71

ନୂଆଦିଲ୍ଲୀ,୧୩ା୧୧: ଉତ୍ତରକାଶୀ ଟନେଲରେ ୪୦ ଶ୍ରମିକ ଫସିଥିବା ବେଳେ ସେଥିରୁ ଓଡିଶାର ୫ ଜଣ ଥିବା ଜଣାଯାଇଛି । ଯୁଦ୍ଧକାଳୀନ ଭି୍‌ତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ୱାକିଟକି ଜରିଆରେ ଫିସିଥିବା ଲୋକଙ୍କ ସହ କଥାବାର୍ତ୍ତା ସମ୍ଭବ ହେଉଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ ଏହି ଅଘଟଣ ମନୁଷ୍ୟକୃତ ନା ଦୈବିକ । ଏହା କିପରି ଓ କାହିଁକି ଘଟିଲା? ୪୦ ଶ୍ରମିକ ଭିତରେ କାମ କରୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରାଯାଇଥିଲା କି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଟନେଲ ଉତ୍ତରକାଶୀରୁ ଜମୁନେତ୍ରୀକୁ ସଂଯୋଗ କରିବାକୁ ଥିବା ବେଳେ ନିର୍ମାଣାଧିନ ଟନେଲର ଦୁର୍ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଠିଆ ହୋଇଛି । ଗତକାଲି ଠାରୁ ରେସ୍କ୍ୟୁ ଅପରେସନ ଜାରୀ ରହିଛି । ଭର୍ଟିକାଲ ଡ୍ରିଲିଂ ମେସିନରେ ଅମ୍ଲଜାନ ପଠା ଯାଉଥିବା ବେଳେ ୱାକିଟକି ଜରିଆରେ ଫସିଥିବା ଲୋକଙ୍କ ସହିତ କଥାବାର୍ତ୍ତା ଜାରି ରହିଛି । ଦୁର୍ଘଟଣା ସ୍ଥଳରେ ଅଢେଇ ମିଟରର ଏକ ବୋର କରାଯାଇ ସେମାନଙ୍କୁ ଉଦ୍ଧାର କରାଯିବ । ମଙ୍ଗଳବାର ରାତି କିମ୍ବା ବୁଧବାର ସକାଳୁ ଉଦ୍ଧାର କାର୍ଯ୍ୟ ଶେଷ ହେବ । ଉତ୍ତରକାଶୀ ଅଧିକାରୀ କହିଛନ୍ତି ଯେ, ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ପ୍ରତିକୂଳ ପାଗ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି । ଫସିଥିବା ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଓଡିଆ । ବାଙ୍ଗିରିପୋଶି ବ୍ଲକ ବେଢାକୁଦ ଗ୍ରାମର ଧିରେନ, ତିରିଙ୍ଗ ବ୍ଲକର ହୁଲଡିହା, ବଡକଦମ ଗାଁର ରାଜୁ ନାୟକ ଏବଂ ଯୋଗିବଶା ଅଞ୍ଚଳର ବିଶେଶ୍ୱର ନାୟକ । ବିଶେଶ୍ୱର ଦିର୍ଘ ୨୨ ବର୍ଷ ଧରି ଶ୍ରମିକ ଭାବେ ଉତ୍ତରାଖଣ୍ଡରେ କାମ କରି ଆସୁଛନ୍ତି । ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ।

Leave A Reply

Your email address will not be published.