ଦିଲ୍ଲୀ ପରେ ଓଡ଼ିଶା ପବନରେ ଜହର: ଏକ୍ୟୁଆଇ ୩୦୦ପାର

Odisha air pollution after Delhi: AQI 300 cross

0 77

ଭୁବନେଶ୍ୱର,୧୩ା୧୧ : ପବନରେ ଜହର । ଦିଲ୍ଲୀ ପରେ ଓଡିଶାରେ ବଢିଲା ବାୟୁ ପ୍ରଦୂଷଣ । ଜାତୀୟ ବାୟୁ ଗୁଣବତ୍ତା ସୁଚକାଙ୍କରେ ଖସୁଛି ଓଡିଶାର ପ୍ରମୁଖ ସହର । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ ଭୁବନେଶ୍ୱର, କଟକ ସିଡିଏ, ବାଲେଶ୍ୱର, ଅନୁଗୋଳ, ରାଉରକେଲା ଓ ବାରିପଦା ସହରର ସ୍ଥିତି ଅତି ଖରାପ ଆଡକୁ ଗତି କରୁଛି । ଏସବୁ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ ଉପରକୁ ଗଲାଣି । ଶୀତ ଦିନ ଚାଲୁଥିବାରୁ ଏହି ମାତ୍ରା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ଧୂଳିର ମୋଟା ଆସ୍ତରଣରେ ଗଛଲତା ବି ଅଣନିଶ୍ୱାସୀ । ବେପରୁଆ ରାସ୍ତା ଖୋଳା, କୋଠାବାଡି ନିର୍ମାଣ, ଯାନ ବାହନ ଚଳା ଚଳ ଯୋଗୁଁ ଜମୁଛି ଧୂଳି ଆସ୍ତରଣ । ଫଳରେ ବଢୁଛି ବାୟୁ ପ୍ରଦୂଷଣ ମାତ୍ରା । ଗଛଲତାର ପତ୍ରରେ ଧୂଳି ଆସ୍ତରଣ ଅଧିକ ହେଉଥିବାରୁ ଗଛ ଅଙ୍ଗାରକାମ୍ଲ ସଂଗ୍ରହ କରିପାରୁନି କି ଅମ୍ଲଜାନ ଛାଡି ପାରୁନି । ଫଳରେ ସହରରେ ଅମ୍ଲଜାନ ପରିମାଣ ଧିରେ ଧିରେ କମିବାରେ ଲାଗିଛି । ସ୍ମୋକ ଇଣ୍ଡେକ୍ସ ଯୋଗୁ ସନ୍ଧ୍ୟା ଓ ରାତି ସହର ଭିତର ଧୂଆଳିଆ ଦେଖାଯାଉଛି । ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଞ୍ଚଳର ଏକ୍ୟୁଆଇ ୩୯୦, ପଟିଆରେ ୩୬୯, କଟକ ସିଡିଏରେ ୩୪୪, ବାଲେଶ୍ୱର କାଳିଦାସପୁରରେ ୩୬୦, ଅନୁଗୋଳରେ ୩୧୫, ରାଉରକେଲା ଟାଉନରେ ୨୦୬, ରଘୁନାଥପାଲିରେ ୨୩୭ ଓ ବାରିପଦା ମେହର କଲୋନୀରେ ୨୯୯ ଏକ୍ୟୁଆଇ ରହିଛି । ଏଭଳି ସ୍ଥିତି ଅତ୍ୟନ୍ତ ଚିନ୍ତା ଜନକ । ଗଛରୁ ଧୂଳି ଆସ୍ତରଣ କାଢିବାକୁ ପାଣି ସ୍ପ୍ରେ ଜରୁରୀ ହୋଇ ପଡିଛି । କିନ୍ତୁ ଏହା ବ୍ୟୟ ବହୁଳ ଏଥି ସହିତ ଯାନବାହନ ଚଳାଚଳ କମାଇବାକୁ ସ୍କୁଲ ଓ କଲେଜ ପିଲା ଯେପରି ସାଇକେଲ ବ୍ୟବହାର କରିବେ ସେଥି ପାଇଁ ଉତ୍ସାହ କରାଇବା ପାଇଁ ସରକାର ପୁରସ୍କାର ବ୍ୟବସ୍ଥା କରିବା ଉଚିତ ବୋଲି ପରିବେଶବିତମାନେ ମତ ଦେଇଛନ୍ତି । କେବଳ ଟ୍ୱିନସିଟି ନୁହେଁ ରାଜ୍ୟର ଅଧିକାଂଶ ସହରରେ ଶନିବାର ଅପେକ୍ଷା ଗତକାଲି ଦୀପାବଳିରେ ପ୍ରଦୂଷଣ ମାତ୍ରା ବଢ଼ିଥିଲା । ୧୧ ତାରିଖରେ ବାଲେଶ୍ୱରରେ ହାରାହାରି ପ୍ରଦୂଷଣ ୧୨୩ ଥିଲା ବେଳେ ୧୨ ତାରିଖ ଦିନ ୧୯୩.୭୯ ରହିଥିଲା । ସେହିପରି ଅନୁଗୋଳରେ ପ୍ରଦୂଷଣ ୧୧ ତାରିଖରେ ୧୩୦ ଥିବା ବେଳେ ୧୨ ତାରିଖରେ ୧୯୪ ରହିଥିଲା । ତାଳଚେରରେ ପ୍ରଦୂଷଣ ମାତ୍ରା ୧୧ ତାରିଖରେ ୧୧୭ ରହିଥିବା ବେଳେ ଗତକାଲି ଦୀପାବଳିରେ ଏହା ୨୧୪.୯୫କୁ ବୃଦ୍ଧି ପାଇଥିଲା । ଭୁବନେଶ୍ୱରର ଲିଙ୍ଗରାଜ ଅଂଚଳରେ ୧୧ ତାରିଖରେ ପ୍ରଦୂଷଣ ମାତ୍ରା ୧୩୦.୫୧ ଥିବା ବେଳେ ଦୀପାବଳି ଦିନ ଏହା ୨୪୩.୨୩ ରହିଥିଲା । ପଟିଆ ଅଂଚଳରେ ପ୍ରଦୂଷଣ ମାତ୍ରା ୧୦୬ରୁ ବଢ଼ି ୨୧୧ ହୋଇଥିଲା ।

Leave A Reply

Your email address will not be published.