ମନ୍ଦିର ପୂଜକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ

The murder of a temple worshiper is exposed

0 59

କୋରାପୁଟ, : କୋରାପୁଟ ସଦରମହକୁମା ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ ୨ ମହିଳାଙ୍କ ସମେତ ୫ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ ପୋଲିସ । ରମେଶ ତ୍ରିପାଠୀ ସରକାରୀ ଚାକିରୀ ରୁ ଅବସର ନେବା ପରେ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ସ୍ତ୍ରୀ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟେ ମାତ୍ର ଝିଅ ଭବାନୀପାଟଣା ରେ ବିବାହ କରି ସେଠାରେ ରହୁଛନ୍ତି । ରମେଶ ଏକାକୀ ଘରେ ରହୁଥିବା ବେଳେ ଘର କାମ କରିବା ପାଇଁ ଜଣେ କାମ ବାଲୀ ସରସ୍ୱତୀ ଯାନୀକୁ ରଖିଥିଲେ । ସରସ୍ୱତୀ ଯାନୀ ଦୀର୍ଘ ଦିନ ଧରି ତାଙ୍କ ଘର ର ସମସ୍ତ କାର୍ଯ୍ୟ କରୁଥିଲେ । ରମେଶଙ୍କ ଟଙ୍କା ଓ ଜିନିଷ ଉପରେ ତାଙ୍କ କାମାଲିର ନଜର ପଡିଥିଲା । ରମେଶଙ୍କୁ ବାଟରୁ ହଟାଇବା ପାଇଁ ତାଙ୍କ ଘରେ କାମ କରୁଥିବା କାମବାଲି କରିଥିଲା ସମସ୍ତ ଯୋଜନାର ମାଷ୍ଟର ମାଇଣ୍ଡ୍‌ । କାମବାଲି ସରସ୍ୱତୀ ଯାନୀ ଓ ତାଙ୍କ ସହଯୋଗୀ ମିଶି ରମେଶଙ୍କ ହାତ ଗୋଡ ବାନ୍ଧି ହତ୍ୟା କରିଥିଲେ । ହତ୍ୟା କରିବା ପରେ ତାଙ୍କ ମୋବାଇଲକ ପୋଡି ଦେଇ ଘରେ ଥିବା ସୁନା, ରୁପା ସମେତ ଟଙ୍କା ଲୁଟି ନେଇଥିଲେ ୮ ତାରିଖ ସକାଳ ଘଟଣା ସମ୍ପର୍କ ରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲା । ପୋଲିସ ତଦନ୍ତରେ କାମ ବାଲି ସରସ୍ୱତୀ ଯାନୀକୁ ପଚରା ଉଚୁରା କରିବା ପରେ ହତ୍ୟା କରିଥିବା କଥା ପ୍ରକାଶ କରିଥିଲା । ସୁଚନା ଅନୁସାରେ ରମେଶ ଙ୍କ ଘରେ କାମ କରୁଥିବା କାମବାଲିର ମୋବାଇଲକୁ ଟ୍ରାକ କରି ପୋଲିସ ୭ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ରହିଥିବା ବେଳେ ୫ ଜଣ ଯୁବକ ରହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଅଞ୍ଚଳର ପ୍ରତାପ ଟାକ୍ରୀ, କିଷାନ ବାଗ, ନରାଜ ବେନିୟା, ମହେନ୍ଦ୍ର ପାଣିଗ୍ରାହୀ, ରାମ ଗୌଡ଼, ସରସ୍ୱତୀ ଜାନୀ, ଅଶୋକ ରାୟ ବୋଲି ପୋଲିସ ସୂଚନା ଦେଇଛି । ଅଭିଯୁକ୍ତମାନଙ୍କ ଠାରୁ ସୁନା, ରୁପା, ସହ ୬ ଗୋଟି ମୋବାଇଲ ସମେତ ନଗଦ ୧୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଏହି ହତ୍ୟାକାଣ୍ଡ ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି କୋରାପୁଟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରାବଣୀ ନାୟକ କୋରାପୁଟ ଟାଉନ ଥାନା ରେ ଏକ ସାମ୍ବାଦିକ ସମ୍ବିଳନୀ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.