ଦୁଇଦିନିଆ ଗସ୍ତରେ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ

Deputy Prime Minister of Australia on a two-day visit

0 85

ନୂଅଦିଲ୍ଲୀ: ଫାଇନାଲ ମ୍ୟାଚ ଦେଖିବା ଭାରତ ଆସୁଛନ୍ତି ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ତଥା ବିଦେଶ ମନ୍ତ୍ରୀ । ଉପ ପ୍ରଧାମନ୍ତ୍ରୀ-ରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ ଓ ବିଦେଶ ମନ୍ତ୍ରୀ ପେନି ୱଙ୍ଗ ଦୁଇଦିନିଆ ଗସ୍ତରେ ଭାରତ ଆସୁଛନ୍ତି । ଏହି ସମୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସେମାନେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା କରିବେ । ଟୁ ପ୍ଲସ ଟୁ ଆଲୋଚନା ପୂର୍ବରୁ ଦୁଇ ଦେଶର ମନ୍ତ୍ରୀ ଦ୍ୱିପାକ୍ଷୀୟ ବୈଠକ ମଧ୍ୟ କରିବେ । ପୂର୍ବରୁ ୨୦୨୧ ସେପ୍ଟେମ୍ବରରେ ଦୁଇ ଦେଶ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଥିଲା । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାକୁ ଯାଉଛି । ଏହି ଗସ୍ତ ସମୟରେ ମନ୍ତ୍ରୀ ମାଲେସ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ ମଧ୍ୟ ଦେଖିବେ ।

Leave A Reply

Your email address will not be published.