ଶିକ୍ଷା ରୂପାନ୍ତରଣ : ଦେଶକୁ ବାଟ ଦେଖାଉଛି ଓଡ଼ିଶା

Education Transformation: Odisha is leading the way for the country

0 85

ଭୁବନେଶ୍ୱର,୧୯ା୧୧ : ଶିକ୍ଷାକ୍ଷେତ୍ରରେ ଉକ୍ରର୍ଷ ହାସଲରେ ଓଡ଼ିଶା ଜାତୀୟସ୍ତରରେ ଦୃଷ୍ଟାନ୍ତ ସୃଷ୍ଟି କରିଛି । ବିଦ୍ୟାଳୟରେ ଆରମ୍ଭ ହୋଇଥିବା ରୂପାନ୍ତରଣ ପ୍ରକ୍ରିୟା ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଶିକ୍ଷାର୍ଥୀଙ୍କ ଶୈକ୍ଷିକ କ୍ଷେତ୍ରରେ ଉକ୍ରର୍ଷତା, ଭିତ୍ତିଭୂମି ବିକାଶ କରିବା ସହ ଶିକ୍ଷାର୍ଥୀଙ୍କ ଅନ୍ତନିର୍ହିତ ପ୍ରତିଭା ଓ ଦକ୍ଷତାର ବିକାଶ ହୋଇପାରିଛି । ସମ୍ପ୍ରତି ଶିକ୍ଷା ସହ ଦକ୍ଷତା ବିକାଶ ବିଦ୍ୟାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱାରୋପ କରୁଛନ୍ତି । ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ଓ ସୃଜନାତ୍ମକ ବିକାଶ ଉପରେ ଗୁରୁତ୍ୱ ଦେଉଥିବା ପରିଲକ୍ଷିତ ହେଉଛି । କ୍ରମାଗତ ଭାବେ ଶିକ୍ଷାକ୍ଷେତ୍ରକୁ ଅଧିକରୁ ଅଧିକ ଆର୍ଥିକ ଅନୁଦାନ ଦେବା ସହ ନୂତନ ଯୋଜନା ପ୍ରଣୟନ କରୁଛନ୍ତି ରାଜ୍ୟ ସରକାର । ଶିକ୍ଷାର ବିକାଶ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ପୂର୍ବ ବର୍ଷ ଅପେକ୍ଷା ୪.୫୩ ପ୍ରତିଶତ ଅଧିକ ଅର୍ଥ ମଞ୍ଜୁର ହୋଇଛି । ସେହିପରି ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨, ୨୦୨୨-୨୩ ଆର୍ଥିକ ବର୍ଷରେ ଯଥାକ୍ରମେ ୧୩.୯୬ ପ୍ରତିଶତ, ୭.୧୪ ପ୍ରତିଶତ, ୫.୬୫ ପ୍ରତିଶତ ଓ ୧୨.୪୬ ପ୍ରତିଶତ ବର୍ଦ୍ଧିତ ଅର୍ଥ ମଞ୍ଜୁର କରାଯାଇଛି । ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ୨୨, ୫୨୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଫଳରେ ଦଶନ୍ଧି ପୂର୍ବରୁ ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଚିତ୍ରରେ ପରିବର୍ତ୍ତନ ଆସିଛି । ରାଜ୍ୟର ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ୫-ଟି ଉପକ୍ରମରେ ଉନ୍ନତି ପରିଲକ୍ଷିତ ହେଉଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ବିଦ୍ୟାଳୟରେ ସମସ୍ତ ପ୍ରକାରର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଉନ୍ନତ ଭିତ୍ତିଭୂମି ସାଙ୍ଗକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଗୁଣାତ୍ମକ ଶିକ୍ଷା ଦେବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସମୁଦାୟ ୭୭୫୦ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଶୈକ୍ଷିକ ଭତ୍ତିଭୂମିକୁ ସୁଦୃଢ଼ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୫୫୦୪ଟି ବିଦ୍ୟାଳୟ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା •ଲିଛି । ରାଜ୍ୟରେ ୨୦୭୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭, ୯୧, ୨୪୩ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି । ଗତ ୩ ବର୍ଷ ମଧ୍ୟରେ ୧୦୬ଟି ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରାଯାଇଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୫-ଟି ଉପକ୍ରମରେ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ୧୦୭୫ଟି, ଦ୍ୱିତୀୟ ପର୍ଯ୍ୟାୟରେ ୩୪୬୧ଟି ଏବଂ ତୃତୀୟ ପର୍ଯ୍ୟୟରେ ୨୩୩୬ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କରାଯାଇଛି । ଏହାସହ ଚତୁର୍ଥ ପର୍ଯ୍ୟାୟରେ ୧୭୯୯ଟି ବିଦ୍ୟାଳୟକୁ ରୂପାନ୍ତରଣ କରାଯାଉଛି । ଅତ୍ୟାଧୁନିକ ଜ୍ଞାନ-କୌଶଳରେ ନିର୍ମିତ ଡିଜିଟାଲ ଏବଂ ସ୍ମାର୍ଟ ଶ୍ରେଣୀଗୃହ, ଆଲୋଚନାଭିତ୍ତିକ ଶିକ୍ଷା ପରିବେଶ, ଇ-ଲାଇବ୍ରେରୀ ଏବଂ ଆଧୁନିକ ବିଜ୍ଞାନ ପ୍ରୟୋଗଶାଳା କରି ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି କରାଯାଉଛି । ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରି ସଫଳ ଭବିଷ୍ୟତ ଗିଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସହ ଯୋଡି ବା ପାଇଁ “ମୋ ସ୍କୁଲ ଅଭିଯାନ’ ଆରମ୍ଭ ହୋଇଛି । ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଅବଦାନ ରଖିବାକୁ ସେମାନଙ୍କୁ ଉତ୍ସାହିତ କରାଯାଉଛି । ୩୦ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଏହା ଭିତ୍ତିଭୂମି ରୂପାନ୍ତରଣ ସହ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀମାନଙ୍କ ଆତବିଶ୍ୱାସ ମଧ୍ୟ ବୃଦ୍ଧି କରିଛି । ଶିକ୍ଷକଙ୍କ ପାଠ ପଢ଼ାଇବା ଶୈଳୀକୁ ଉନ୍ନତ କରିବା ପାଇଁ ବିଭିନ୍ନ ପ୍ରକାରର ତାଲିମ୍‌ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରଯାଉଛି । ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ସ୍ମାର୍ଟ ଶ୍ରେଣୀଗୃହର ପରି•ଳନା ପାଇଁ ତାଲିମ ଦିଆଯାଉଛି । ଫଳରେ ସେମାନେ ଡିଜିଟାଲ ଶିକ୍ଷା ସମ୍ବନ୍ଧୀୟ ବିଷୟବସ୍ତୁ ଜାଣିପାରୁଛନ୍ତି । ପ୍ରତ୍ୟେକ ବ୍ଲକରେ ସିବିଏସ୍‌ଇ ବୋର୍ଡ ଅଧିନରେ ଇଂରାଜୀ ମାଧ୍ୟମରେ ଗୁଣାୟକ ଶିକ୍ଷା ପ୍ରଦାନ କରିବା ପାଇଁ “ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ କାର୍ଯ୍ୟ କରୁଛି । ରାଜ୍ୟର ୩୧୪ଟି ବ୍ଲକରେ ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ୍‌ ବ୍ୟବସ୍ଥା କରାଯାଇଛି । ଅଦ୍ୟାବଧି ସମୁଦାୟ ୬୦୨୮ ଶଯ୍ୟା ବିଶିଷ୍ଟ ୧୬୬ଟି ଛାତ୍ରୀନିବାସ ନିର୍ମାଣ ହୋଇଛି । ସେହିପରି ଆଗାମୀ ଆର୍ଥିକ ବର୍ଷରେ ୧ ହଜାର କୋଟି ଅର୍ଥରାଶି ବିନିଯୋଗରେ ୨୩୭ଟି ଛାତ୍ରାବାସ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ପୋଷାକ ବିତରଣ କରଯାଉଛି । ପୂର୍ବରୁ ଏଥିପାଇଁ ୬୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଉଥିବା ବେଳେ ଏବେ ଏହାକୁ ୧୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି । ଶିକ୍ଷାର୍ଥୀମାନଙ୍କର ଦକ୍ଷତା ଏବଂ କୌଶଳକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ଶାରୀରିକ, ମାନସିକ, ଭୌତିକ ଗୁଣାବଳୀର ବିକାଶ କରିବା ଲକ୍ଷ୍ୟରେ “ହାଉସ୍‌ ସିଷ୍ଟମ୍‌’ ଆରମ୍ଭ ହୋଇଛି । ବିଭିନ୍ନ ପ୍ରକାର ପ୍ରକଳ୍ପ କାର୍ଯ୍ୟ, ପୁସ୍ତକ ସମୀକ୍ଷା, ମୌଳିକ ବୌଷୟିକ ଜ୍ଞାନ କୌଶଳ ଦକ୍ଷତା ଏବଂ ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀଙ୍କ ଅନ୍ତନିର୍ହିତ ପ୍ରତିଭା ଓ ଦକ୍ଷତା ବିକାଶ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସେହିପରି ଚଳିତ ବର୍ଷଠାରୁ ଆକାଂକ୍ଷୀ ପାଠ୍ୟକ୍ରମ ଅଧିନରେ କ୍ଲବ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହ କ୍ଲବ୍‌ଗୁଡ଼ିକରେ କ୍ରୀଡ଼ାଙ୍ଗନ, କୌଶଳୀ, ଜିଜ୍ଞାସା ଓ ସାହିତ୍ୟ ସୃଜନୀ ଆଦି କାର୍ଯ୍ୟକ୍ରମ କରାଯାଉଛି । ଶିକ୍ଷା ସହ ଜଡିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ ତଥା ପୁରସ୍କୃତ କରିବା ପାଇଁ ଚଳିତ ଶିକ୍ଷାବର୍ଷଠାରୁ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପ୍ରାୟ ୧୭୨ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି । ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ପୂରଣ କରିବା ପାଇଁ ରାଜ୍ୟ ସରକାର କ୍ରମାଗତ ଭାବରେ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ଲୋକସେବା ଆୟୋଗ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୩୩୫ ପିଜିଟି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି । ସେହିପରି ଓପିଏସ୍‌ସି ମାଧ୍ୟମରେ ୩୬୭ ଏସ୍‌ଏସ୍‌ବି ଜରିଆରେ ୫୫୫ଟି ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପାଇବେ । ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାର ମାନବୃଦ୍ଧି ପାଇଁ ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଚଳିତ ଶିକ୍ଷା ବର୍ଷରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ)ଙ୍କ ନିଯୁକ୍ତି ପ୍ରକ୍ରିୟାର ଲିଖିତ ପରୀକ୍ଷା ମଧ୍ୟ ଶୁକ୍ରବାର ଶେଷ ହୋଇଛି । ରାଜ୍ୟମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ମାଧ୍ୟମରେ ସ୍ୱତନ୍ତ୍ର ଭାବେ ଶିକ୍ଷାଦାନର ବ୍ୟବସ୍ଥା କରି ଶିକ୍ଷାର ମୁଖ୍ୟସ୍ରୋତରୁ ଦୂରେଇ ଯାଇଥିବା ବା ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀ ପଢ଼ିବା ସୁଯୋଗ ପାଇଛନ୍ତି ।

Leave A Reply

Your email address will not be published.