୪ ଟ୍ରିଲିଅନ ଡଲାରରେ ପହଞ୍ଚିଲା ଭାରତର ଜିଡିପି

India's GDP reached 4 trillion dollars

0 77

ନୂଆଦିଲ୍ଲୀ: ଭାରତ ପାଇଁ ଆଉ ବେଶି ଦୂର ନୁହେଁ ୫ ଟ୍ରିଲିଅନ୍‌ ଡଲାରର ସ୍ୱପ୍ନ । ଅର୍ଥନୀତିରେ ଭାରତର ହାଇ ଜମ୍ପ । ପ୍ରଥମ ଥର ପାଇଁ ୪ ଟ୍ରିଲିଅନ ଡଲାରରେ ପହଞ୍ଚିଲା ଭାରତର ଜିଡିପି । ନଭେମ୍ବର ୧୯ ତାରିଖରେ ଭାରତର ଡିଜିପି ୪ ଟ୍ରିଲିଅନ ଡଲାର ହୋଇଛି ବୋଲି ଇକୋନୋମିକ ଟାଇମ୍‌ ରିପୋର୍ଟ ପ୍ରକାଶ କରିଛି ।ଏହି ସଫଳତା ସହିତ ଚତୁର୍ଥ ସ୍ଥାନରେ ଥିବା ଜର୍ମାନୀ ସହ ନିକଟତର ହୋଇଛି ଭାରତ । ଖୁବ୍‌ଶୀଘ୍ର ଜର୍ମାନୀକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ଅର୍ଥନୀତିର ଦେଶ ହେବ ବୋଲି ଆକଳନ କରାଯାଇଛି । ଜିଡିପି ଲାଇଭର ଆକଳନ ଅନୁସାରେ, ନଭେମ୍ବର ୧୮ ରାତି ୧୦ଟାରେ ଭାରତ ଏହି ସଫଳତା ହାସଲ କରିଥିଲା । ଜିଡିପି ମାମଲାରେ ଆମେରିକା ବିଶ୍ୱର ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ରହିଛି । ବର୍ତ୍ତମାନ ଆମେରିକାର ଜିଡିପି ଆକାର ୨୬.୭ ଟ୍ରିଲିଅନ ଡଲାର ରହିଛି । ଏହାପରେ ୧୯.୨୪ ଟ୍ରିଲିଅନ ଡଲାର ଅର୍ଥନୀତି ସହ ପଡେ଼ାଶୀ ଚୀନ ନମ୍ବର ୨ରେ ରହିଛି । ସେହିପରି ଜାପାନ ୪.୩୯ ଟ୍ରିଲିଅନ ଡଲାର ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ଜର୍ମାନୀ ୪.୨୮ ଟ୍ରିଲିଅନ ଡଲାର ସହ ଚତୁର୍ଥ ସ୍ଥାନରେ ରହିଛି । ଦେଶକୁ ଟ୍ରିଲିୟନ ଡଲାର ଅର୍ଥନୀତି କରିବାକୁ ଭାରତ ସରକାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ଲକ୍ଷ୍ୟ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ୨୦୨୭ ସୁଦ୍ଧା ଭାରତ କେବଳ ଜାପାନ ଏବଂ ଜର୍ମାନୀକୁ ଛାଡି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ନାହିଁ, ବରଂ ଭାରତର ଜିଡିପିର ଆକାର ୫ ଟ୍ରିଲିୟନ ଡଲାରରୁ ଅଧିକ ହେବ । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଏହିପରି ଆକଳନ କରିଛି । ଭାରତ ସରକାର ୫ ଟ୍ରିଲିଅନ ଡଲାର ଅର୍ଥନୀତ କରାଇବାକୁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି । ଦେଶରେ ଇନକ୍ଲୁସିଭ୍‌ ଗ୍ରୋଥ (ନିଯୁକ୍ତି ସହ ଦାରିଦ୍ର ଦୂରିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗରିବଙ୍କ ପାଇଁ ସୁବିଧା), ଡିଜିଟାଲ ଇକୋନୋମିକୁ ପ୍ରୋତ୍ସାହନ, ଫିନଟେକ୍‌, ପ୍ରଯୁକ୍ତି ବିଦ୍ୟା ସମ୍ବିଳିତ ବିକାଶ, ଏନର୍ଜୀ ଟ୍ରାଞ୍ଜିସନ ଓ କ୍ଲାଇମେଟ ଆକ୍ସନ ଆଦି ଦିଗରେ ଭାର କାର୍ଯ୍ୟ କରିବା ଆରମ୍ଭ କରିଦେଇଛି । ନିବେଶ ଏବଂ ଅଭିବୃଦ୍ଧିର ଏକ ଭଲ ବିକାଶ ଚକ୍ର ଉପରେ ଭାରତର ଅର୍ଥନୀତି ନିର୍ଭର କରେ ବୋଲି ଅଗଷ୍ଟ ମାସରେ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ତ୍ରିପାଠୀ କହିଥିଲେ ।

Leave A Reply

Your email address will not be published.