ରାଜଧାନୀ ବସ୍ତିବାସିନ୍ଦାଙ୍କୁ ମିଳିଲା ପକ୍କା ଘର

Residents of the capital have got houses

0 65

ଭୁବନେଶ୍ୱର,୨୦ା୧୧ : ସହରାଞ୍ଚଳ ବସ୍ତିବାସିନ୍ଦାକୁ ମିଳିଲା ନୂଆ ଠିକଣା । ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ଆବାସ ପ୍ରକଳ୍ପ ଉଦଘାଟିତ । ଆଜି ସନ୍ଧ୍ୟାରେ ଉଦ୍‌ଘଟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳ ଆବାସ ଯୋଜନାରେ ବସ୍ତିବାସିନ୍ଦା ଘର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ହାତରୁ ଘର •ବି ଗ୍ରହଣ କରିଛନ୍ତି ହିତାଧିକାରୀ । ଚନ୍ଦ୍ରଶେଖରପୁର, ଶାନ୍ତିନଗର ଓ ସୁବୁଦ୍ଧିପୁରରେ ୩ଟି ପ୍ରକଳ୍ପ ଉଦଘାଟିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣଙ୍କୁ ନୂଆ ଘର ମିଳିଲା, ଆପଣମାନେ ଖୁସି ତ । ଏହାର ଉତ୍ତରରେ ହଁ ଖୁସି ବୋଲି ହିତାଧିକାରୀମାନେ କହିଥିଲେ । ମୁଁ ବି ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେମାନଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି ବୋଲି ହାତିଧିକାରୀମାନେ କହିଥିଲେ । ସରକାରୀ ଓ ଘରୋଇ ଭାଗିଦାରିତାରେ ଏହି ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଆବାସ ଯୋଜନାରେ ପାଞ୍ଚ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ମୋଟ ୨୬୦୦ ବସ୍ତିବାସନ୍ଦାଙ୍କୁ ଘର ଯୋଗାଇ ଦିଆଯିବ । ସେ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୨୦ଟି ଘର ନିର୍ମାଣ ସଂପୂର୍ଣ୍ଣ ହୋଇ ବିଡିଏକୁ ହସ୍ତାନ୍ତର କରାଯାଇଛି । ବିଡିଏକୁ ହସ୍ତାନ୍ତର ହୋଇଥିବା ଫ୍ଲାଟ ମଧ୍ୟରୁ ୩୦୩ ଜଣ ହିତାଧିକାରୀଙ୍କୁ ଘର ଆଲର୍ଟ କରାଯାଇଛି । ବିଭିନ୍ନ ବସ୍ତିରୁ ଉଚ୍ଛେଦ ହୋଇ ଟ୍ରାନଜିଟ ହାଉସରେ ରହୁଥିବା ବସ୍ତିବସିନ୍ଦାଙ୍କ ସହ ନାରାୟଣୀ ବସ୍ତି, ତେଲୁଗୁ ବସ୍ତି, ଶ୍ରୀକୃଷ୍ଣ ନଗର ବସ୍ତି, ସରସ୍ୱତୀ ବସ୍ତି, ଭେଙ୍କଟେଶ୍ୱର ବସ୍ତି, ସାଲିଆସାହିର ଶକ୍ତି ବିହାରର ବସ୍ତିବସିନ୍ଦାଙ୍କୁ ଏଠାରେ ଘର ପ୍ରଦାନ କରାଯିବ । ଆବାସ ଯୋଜନାରେ ବିଏମସି ହିତାଧିକାରୀଙ୍କୁ ଚୟନ କରୁଛି । ସେମାନଙ୍କ ପାଇଁ ବିଡିଏ ପକ୍ଷରୁ ଘର ପ୍ରଦାନ କରାଯାଉଛି । ଏହି ଘରେ ଗୋଟିଏ ପରିବାର ଚଳିବା ଭଳି ବ୍ୟବସ୍ଥା ରହିଛି । ଆପାର୍ଟମେଣ୍ଟରେ ଯେଉଁଭଳି ବ୍ୟବସ୍ଥା ରହିଥାଏ ବିଶେଷ କରି ସୋସାଇଟି, କମ୍ୟୁନିଟି ହଲ, ମାର୍କେଟ କମ୍ପେ୍ଲକ୍ସ ଆଦି ଏଥିରେ ରହିଛି । ଚନ୍ଦ୍ରଶେଖରପୁର ହାଇସିଂ ପ୍ରକଳ୍ପ ସମେତ ଶାନ୍ତିନଗର ପ୍ରକଳ୍ପରେ ମୋଟ ୧୩ଶହ ବସ୍ତିବାସିନ୍ଦାଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦିଆଯିବ । ସେମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୬୦ ଘର ନିର୍ମାଣ ସରିଥିବା ବେଳେ ୩୨୬ ଜଣଙ୍କୁ ଘରି ଆଲର୍ଟ ସରିଛି । ସେହିଭଳି ସବୁଦ୍ଧିପୁରରେ ୩୪୨ଟି ଫ୍ଲାଟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେ ମଧ୍ୟରୁ ୩୦ଟି ଘର ନିର୍ମାଣ ସରିଛି । ଆଉ କିଛି ସମୟପରେ ମୁଖ୍ୟମନ୍ତ୍ରୀ ତିନୋଟି ଯାକ ହାଇସିଂ ପ୍ରକଳ୍ପକୁ ଲୋକାର୍ପଣ କରିବେ । ଏହିସବୁ ହାଉସିଂ ପ୍ରକଳ୍ପରେ ସ୍ୱେରେଜ, ଡ୍ରେନେଜ, ଷ୍ଟ୍ରିଟ ଲାଇଟ ସହ ବହୁମୁଖି ଆମେନିଟି ସେଣ୍ଟର ଓ ନେବରହୁଡ ସପିଂ ବ୍ୟବସ୍ଥା ରହିଛି । ବହୁମୁଖି ଆମେନିଟି ସେଣ୍ଟରରେ ହିତାଧିକାରୀଙ୍କ ପାଇଁ ଷ୍ଟଡି ରୁମ, ଲାଇବ୍ରେରୀ ଓ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ରହିଛି । ଭୁବନେଶ୍ୱରରେ ୩୨୦ ବର୍ଗ ଫୁଟର ୱାନ ବିଏଚକେ ଘରର ମୁଲ୍ୟ ୩୦ ଲକ୍ଷରୁ ଅଧିକ ହୋଇଥିବା ବେଳେ ଲୋକଙ୍କୁ ଦେଢ ଲକ୍ଷ ଟଙ୍କାରେ ଘର ଯୋଗାଇ ଦିଆଯାଉଛି । ବସ୍ତିବାସିନ୍ଦା ଦୁଇଟି ପର‍୍ୟ୍ୟାୟରେ ଏହି ଅର୍ଥ ପୈଠ କରିବେ । ଯେଉଁମାନେ ଦେଢ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଅସମର୍ଥ ହେବେ ବିଡିଏ ସେମାନଙ୍କୁ ବ୍ୟାଙ୍କରୁ ଋଣ କରିବାରେ ସହଯୋଗ କରିବ ।

Leave A Reply

Your email address will not be published.