ଭାରତରେ ପ୍ରସ୍ତୁତ ହେବ ହାଲୁକା ଲଢୁଆ ବିମାନ ଇଞ୍ଜିନ

Light fighter aircraft engine to be made in India

0 68

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତ ନିଆଯାଇଛି । ଭାରତରେ ହାଲୁକା ଲଢୁଆ ବିମାନର ଇଞ୍ଜିନ ପ୍ରସ୍ତୁତ ହେବାକୁ ଯାଉଛି । ଏଲ୍‌ସିଏ ମାର୍କ ୨ (ତେଜସ ଏମକେ ୨) ଏବଂ ସ୍ୱଦେଶୀ ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ (ଏଏମ୍‌ସିଏ)ର ପ୍ରଥମ ଦୁଇଟି ସ୍କ୍ୱାଡ୍ରନର ଇଞ୍ଜିନ ନିର୍ମାଣ କରାଯିବ । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆରଡିଓ)ର ପ୍ରମୁଖ ଡ. ସମୀର ଭି କାମତ କହିଛନ୍ତି ଯେ ଆମେରିକା କମ୍ପାନୀ ଜିଇ ଏରୋସ୍ପେସ ଏବଂ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ (ହାଲ) ମିଶି ଏହି ଇଞ୍ଜିନ ପ୍ରସ୍ତତ କରିବେ । ଅ ୁ ।ମେରିକା ଏଥିପାଇଁ ମଞ୍ଜୁରି ଦେଇଛି । ଚଳିତ ବର୍ଷ ଅଗଷ୍ଟ ୩୦ରେ ଏଲ୍‌ସିଏ ମାର୍କ ୨ ଲଢୁଆ ବିମାନର ନିର୍ମାଣକୁ କ୍ୟାବିନେଟ ସୁରକ୍ଷା କମିଟି (ସିସିଏସ୍‌) ମଞ୍ଜୁରି ଦେଇଥିଲା । ଏହି ବିମାନ ପର୍ଯ୍ୟାୟକ୍ରମେ ମିରାଜ ୨୦୦୦, ଜାଗୁଆର ଏବଂ ମିଗ୍‌-୨୯ ଲଢୁଅ । ବିମାନର ସ୍ଥାନ ନେବ । ୨୦୨୭ ସୁଦ୍ଧା ଏଲ୍‌ସିଏ ମାର୍କ-୨ ବିମାନର ନିର୍ମାଣ କରାଯିବ ।ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସିର ମୁଖ୍ୟ ଗିରୀଶ ଦେଓଧରେ କହିଛନ୍ତି ଯେ ଏଲ୍‌ସିଏ ମାର୍କ ୨ ଲଢୁଅ । ବିମାନ ପ୍ରକଳ୍ପକୁ ସରକାର ମଞ୍ଜୁରି ଦେଇଛନ୍ତି । ଏଥିପାଇଁ ଡିଜାଇନର୍ସଙ୍କୁ ୧୭.୫ ଟନ୍‌ର ସିଙ୍ଗିଲ ଇଞ୍ଜିନ ଏୟାରକ୍ରାଫ୍ଟ ଡିଜାଇନ କରିବାକୁ ପଡ଼ିବ । ଡିଆର୍ଡିଓ ଜିଇ-୪୧୪ ଇଞ୍ଜିନ ସହିତ ଲଢୁଆ ବିମାନ ବିକଶିତ କରିବ । ଜିଇ-୪୦୪ର ଉନ୍ନତ ସଂସ୍କରଣ ହେଉଛି ଜିଇ-୪୧୪ । ଏବେ ଏଲ୍‌ସିଏ ଏବଂ ୮୩ ଏଲ୍‌ସିଏ ମାର୍କ ୧ଏଏସ୍‌ରେ ଜିଇ-୪୦୪ ଇଞ୍ଜିନ ଲାଗିଛି । ଅ ।ଗାମୀ କିଛି ବର୍ଷ ମଧ୍ୟରେ ୮୩ ଏଲ୍‌ସିଏ ମାର୍କ ୧ଏଏସ୍‌ ଭାରତୀୟ ବାୟୁସେନାରେ ସାମିଲ ହେବ । ଏବେ ବାୟୁସେନା ପାଖରେ ୩୦ଟି ଏଲ୍‌ସିଏ ରହିଛି । ମାର୍କ ୧ଏକୁ ବିକଶତି କରିବା ପାଇଁ ହାଲ୍‌ ଏଥିରୁ ୨ଟି ଲଢୁଅ । ବିମାନକୁ ବ୍ୟବହାର କରୁଛି । ଖୁବ୍‌ଶୀଘ୍ର ସରକାର ଏଏମ୍‌ସିଏ ବିକଶିତ କରିବା ପ୍ରସ୍ତାବକୁ ମଞ୍ଜୁରି ଦେବେ ବୋଲି ଆଶା । ସୂଚନାଯୋଗ୍ୟ ଯେ ଜୁଲାଇ ୩୦ ତାରିଖରେ ଭାରତୀୟ ବାୟୁସେନା ଜମ୍ମୁ-କାଶ୍ମୀର ଅବନ୍ତିପୋରା ଏୟାରବେସରେ ତେଜସ ଏମ୍‌କେ-୧କୁ ମୁତୟନ କରିଥିଲା । ପଡେ଼ାଶୀ ଦେଶ ଚୀନ୍‌ ଏବଂ ପାକିସ୍ତାନ ଯୋଗୁଁ କାଶ୍ମୀର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ । ଏଠାରେ ଏହି ଲଢୁଆ ବିମାନର ମୁତୟନ ବାୟୁସେନାର କ୍ଷମତାକୁ ଅଧିକ ମଜବୁତ କରୁଛି ।

Leave A Reply

Your email address will not be published.