୮୫ହଜାର କୋଟିର ନିବେଶକୁ ଅନୁମୋଦନ

85 thousand crore investment approved

0 74

ଭୁବନେଶ୍ୱର,୨୪ା୧୧ : ରାଜ୍ୟରେ ୧୨ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇ ଲେବୁଲ୍‌ କ୍ଲିୟରାନ୍ସ ଅଥରିଟି ଅନୁମୋଦନ ପ୍ରଦାନ କରିଛି । ଏହି ୧୨୧ଟି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବା ପାଇଁ ୮୪,୯୧୮.୭୫ କୋଟିର ପୁଞ୍ଜି ବିନିଯୋଗ ହେବ । ଏଥିସହିତ ବିଭିନ୍ନ କ୍ଷେତ୍ରରେ ୪୨,୨୮୧ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ୧୨ଟି ବୃହତ ଶିଳ୍ପ ପ୍ରକଳ୍ପ ଗୁଡିକ ରାଜ୍ୟର କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡା, ମାଲକାନଗିରି, ରାୟାଗଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ ପ୍ରତିଷ୍ଠା କରାଯିବ । ରାଜ୍ୟ ସରକାରଙ୍କ ହାଇ ଲେବୁଲ୍‌ କ୍ଲିୟରାନ୍ସ ଅଥରିଟିର ଅନୁମୋଦନ ପାଇଥିବା ଏହି ବୃହତ ପ୍ରକଳ୍ପ ଗୁଡିକ ମଧ୍ୟରେ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଏବଂ ଗ୍ରୀନ୍‌ ଆମୋନିଆ, ଇସ୍ପାତ, ଶକ୍ତି ଏବଂ ନବୀକରଣ ଶକ୍ତି, ରାସାୟନିକ ଏବଂ ପେଟ୍ରୋ ରାସାୟନିକ ଡାଉନଷ୍ଟ୍ରିମ୍‌ ସେକ୍ଟର ପରି ଶିଳ୍ପ ରହିଛି । କେନ୍ଦ୍ରାପଡ଼ାରେ ଗ୍ରୀନ୍‌ ଆମୋନିଆ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ହେବ । ୱେଲସୁନ ନିଉ ଏନର୍ଜି ଲିମିଟେଡ୍‌ କେନ୍ଦ୍ରାପଡାରେ ୧୩,୮୦୦ କୋଟ ନିବେଶ କରିବ । ଏଥିର ୧୦୦୦ଲୋକଙ୍କୁ ନିଯୁକ୍ତି ମିଳିବ । ସେହିପରି ଗୋପାଳପୁରରେ ବି ଗ୍ରୀନ୍‌ ଆମୋନିଆ ଉତ୍ପାଦନ ୟୁନିଟ ସ୍ୟାମକ୍ରପ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପ୍ରତିଷ୍ଠା କରିବ । ଏଥିରେ ୧୩ହଜାର କୋଟି ନିବେଶ କରାଯାଉଥିବା ବେଳେ ୧୨୫୦ ଲୋକଙ୍କୁ ନିଯୁକ୍ତି ମିଳିବ । ଢେଙ୍କାନାଳରେ ଟାଟା ଷ୍ଟିଲ ୧୦,୩୫୧ କୋଟି ନିବେଶ କରିବ । ଯାଜପୁର କଳିଙ୍ଗନଗରରେ ବିଏମ୍‌ଡବ୍ଲ୍ୟୁ କରିବ ୧୦୯୪ କୋଟି, ସୁନ୍ଦରଗଡ଼ରେ ଏନ୍‌ଟିପିସି ସୁପର ଥର୍ମାଲ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବ । ସୁପର ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ୯,୨୦୮ କୋଟି ନିବେଶ ହେବ ।

Leave A Reply

Your email address will not be published.