ଲକ୍ଷ୍ମଣ ହେବେ ଭାରତୀୟ ଟିମ୍‌ର ମୁଖ୍ୟ କୋଚ

Laxman will be the head coach of the Indian team

0 73

ମୁମ୍ବାଇ, ୨୪ା୧୧: ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟ ପରେ ଗୋଟିଏ ଯୁଗର ସମାପ୍ତି ଘଟିବାକୁ ଯାଉଛି । ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଏହା ଶେଷ କାର୍ଯ୍ୟଦିବସ ଥିଲା ବୋଲି ବିବେଚନା କରାଯାଉଛି । ବିସିସିଆଇର ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବ୍ୟାଟିଂ କିମ୍ବଦନ୍ତି ଆଉ ତାଙ୍କ ଚୁକ୍ତି ସମ୍ପ୍ରସାରଣ କରିବା ସପକ୍ଷରେ ନାହାନ୍ତି । ଦ୍ୱିତୀୟ ଶ୍ରେଣୀୟ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱରେ ଥିବା ଭିଭିଏସ୍‌ ଲକ୍ଷ୍ମଣ ଏବେ ଭାରତୀୟ ଦଳର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ହେବା ପଥ ମଧ୍ୟ ପରିସ୍କାର ହୋଇଛି । ଲକ୍ଷ୍ମଣ ମଧ୍ୟ ଏହି ପଦ ନେବାକୁ ଆଗ୍ରହ ପ୍ରକାଶ କରିସାରିଛନ୍ତି ଏବଂ ଏ ସମ୍ପର୍କରେ ବିସିସିଆଇ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଗୁରୁବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ଟ୍ୱେଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ଲକ୍ଷ୍ମଣ ରହିଛନ୍ତି । ଏହା ପୂର୍ବରୁ ସେ ଆୟର୍ଲାଣ୍ଡ୍‌ ଓ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ଥିବା ଭାରତୀୟ ଦଳ ସହ ସେ ପୂର୍ଣ୍ଣକାଳୀନ ପ୍ରଶିକ୍ଷଣ ଦାୟିତ୍ୱ ସମ୍ଭାଳିବା ପ୍ରାୟ ନିଶ୍ଚିତ ରହିଛି । ୨୦୨୧ରେ ରାହୁଲ ଦ୍ରାବିଡ଼ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ଲକ୍ଷ୍ମଣଙ୍କୁ ଏନସିଏର ମୁଖ୍ୟ ନିଯୁକ୍ତ କରାଯାଇଥିଲା । ପ୍ରାୟ ଦୁଇ ଦଶନ୍ଧି ଧରି ଭାରତୀୟ ଦଳର ଗସ୍ତ କରିଥିବା ଦ୍ରାବିଡ଼ଙ୍କ ପ୍ରଶିକ୍ଷଣ କାର୍ଯ୍ୟକାଳ ମଧ୍ୟରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ସେମିଫାଇନାଲରୁ ବିଦାୟ, ଏସିଆ କପ୍‌ ବିଜୟ, ଦିନିକିଆ ବିଶ୍ୱକପ୍‌ ଉପବିଜେତା ଏବଂ ବିଶ୍ୱ ଟେଷ୍ଟ୍‌ •ମ୍ପିୟନସିପ୍‌ ଉପବିଜେତା ହୋଇଛନ୍ତି । ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଘରୋଇ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ଏବଂ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ବିଦେଶ ବିଜୟ ମଧ୍ୟ ସାମିଲ ରହିଛି । ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ୍‌, ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଭାରତ ଘରୋଇ ଟ୍ୱେଣ୍ଟି-୨୦ ଶୃଙ୍ଖଳା ମଧ୍ୟ ଜିତିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଉଭୟ ଟେଷ୍ଟ୍‌ ଓ ଦିନିକିଆ ଶୃଙ୍ଖଳା ପରାଜୟ ସହିତ ଇଂଲଣ୍ଡ ବିପକ୍ଷ ନିର୍ଣ୍ଣାୟକ ପଞ୍ଚମ ଟେଷ୍ଟ୍‌ ମଧ୍ୟ ହାରିଥିଲା ରାହୁଲ ଦ୍ରାବିଡ଼ଙ୍କ ପ୍ରଶିକ୍ଷକ ଦଳୟ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ସମୟରେ ଭାରତ ଉଭୟ ଟେଷ୍ଟ୍‌ ଓ ଦିନିକିଆରେ ଏକ ନମ୍ବର ଦଳ ରହିବା ସହ ଶୁବମନ ଗିଲଙ୍କ କ୍ୟାରିୟର୍‌ ଗିବା ଏବଂ ବିରାଟ କୋହଲିଙ୍କୁ ଫର୍ମ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ।

Leave A Reply

Your email address will not be published.