ଭାରତକୁ ଇରାନ ଅଶୋଧିତ ତୈଳ ବିକ୍ରି ଲାଗି ଆଗ୍ରହୀ

Iran is interested in selling crude oil to India

0 73

ନୂଆଦିଲ୍ଲୀ: ଭାରତର ସ୍ୱୀକୃତ ଅଶୋଧିତ ତୈଳ ଯୋଗାଣ କାରୀଙ୍କୁ ଏବେ ଅଧିକ ଧ୍ୟାନ ଦେଉଛି ଇରାନ । ପାଶ୍ଚାତ୍ୟ ଚାପ ସତ୍ତେ୍ୱ ଭାରତ ଗତବର୍ଷ ଋଷିଆରୁ ଅଶୋଧିତ ତୈଳ ଅ ।ମଦାନୀ ଆରମ୍ଭ କରିଥିଲା, ଫଳରେ ଋଷିଆକୁ ଭାରତୀୟ ତୈଳ ବଜାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହାସଲ କରିବାରେ ସଫଳତା ମିଳିଥିଲା । ଏବେ ମଧ୍ୟ-ପ୍ରାଚ୍ୟର ବ୍ୟବସାୟୀ ସ୍‌ୱୀକୃତ ଇରାନୀ ଅଶୋଧିତ ତୈଳ ଉପରେ ଡିସ୍କାଉଣ୍ଟ ଡିଲ ଅଫର ନେଇ ସରକାର ସଞ୍ଚାଳିତ ରିଫାଇନରଙ୍କ ନିକଟକୁ ପହଞ୍ଚୁଛନ୍ତି । ରିଫାଇନିଂ ଅଧିକାରୀଙ୍କ ଅନୁସାରେ ବ୍ୟବସାୟୀମାନେ ଦୁବାଇରେ ସରକାର ସଞ୍ଚାଳିତ ରିଫାଇନରଙ୍କ ସହିତ ସମ୍ପର୍କ କରିବା ସାଙ୍ଗକୁ ଡିସ୍କାଉଣ୍ଟ ଅଶୋଧିତ ତୈଳ କ୍ରୟ ପାଇଁ ଅଫର ଦେଇଛନ୍ତି । ସରକାରୀ ରିଫାଇନର ଇଣ୍ଡିଅ ।ନ ଅୟେଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ଇରାନ ତୈଳ ଉପରେ କଟକଣା ଲାଗୁ ହେବା ପୂର୍ବରୁ ୨୦୧୮ ମସିହାରେ ୬୭ ପ୍ରତିଶତ ପର୍ଯ୍ୟନ୍ତ ତୈଳ କ୍ରୟ କରୁଥିଲେ । ବତ୍ତମାନ ଏହି ତୈଳ କମ୍ପାନୀମାନେ ଋଷିଅ ।ରୁ ୬୦ ପ୍ରତିଶତରୁ ଅଧିକ ଡିସ୍କାଉଣ୍ଟ ତୈଳ କ୍ରୟ କରୁଛନ୍ତି, ଯାହା ଦୈନିକ ୧ ମିଲିୟନ ବ୍ୟାରଲରୁ ବି ଅଧିକ । ବ୍ୟବସାୟୀମାନେ ଭାରତୀୟ ରିଫାଇନରଙ୍କୁ ମାଲେସିୟା ମିଶ୍ରଣ ରୂପେ ଇରାନୀ ତୈଳ ବିକ୍ରି ନିମନ୍ତେ ପରାମର୍ଶ ଦେଉଛନ୍ତି । ତେବେ ମୁମ୍ବାଇସ୍ଥିତ ୨ ଅଧିକାରୀଙ୍କ ଅନୁସାରେ ଋଷୀୟ ତୈଳ ନିମନ୍ତେ ଦିଆଯାଉଥିବା ବ୍ୟାରଲ ପିଛା ୪ରୁ ୫ ଡଲାର ରିହାତି ବଦଳରେ ଅଧିକ ରିହାତି ସତ୍ତେ୍ୱ କଟକଣା କାରଣରୁ ଭାରତୀୟ ରିଫାଇନିଂ ଅଧିକାରୀ ମାନେ ପ୍ରସ୍ତାବକୁ ସଙ୍ଗେ ସଙ୍ଗେ ଅସ୍ୱୀକାର କରିଦେଇଥିଲେ । ଆମେରିକୀୟ ବଜାର ଇଣ୍ଟେଲିଜେନ୍ସୀ ଏଜେନ୍ସୀ “ଏନର୍ଜୀ ଇଣ୍ଟେଲିଜେନ୍ସ’ ଅନୁସାରେ ଇରାନ ନିଜର ଓରିଜିନକୁ ଲୁଚାଇବା ପାଇଁ ଓ ପାଶ୍ଚାତ୍ୟ ଅଧିକାରୀଙ୍କ ନଜରରୁ ବର୍ତ୍ତିବା ଲାଗି ମାଲେସିୟା ମାଧ୍ୟମରେ ନିଜର ସ୍ୱୀକୃତ ତୈଳ ଚିନ ରିଫାଇନରଙ୍କୁ ପଠାଉଛି । ତେବେ ଚୀନ୍‌ର ଇରାନୀ ତୈଳ ଚାହିଦା ତାର ସର୍ବୋଚ୍ଚସ୍ତରକୁ ପହଞ୍ଚିଛି । ଏଣୁ ଇରାନ ଏବେ ତାର ତୈଳ ବିକ୍ରି ନିମନ୍ତେ ନୂଆବଜାର ସନ୍ଧାନ କରୁଛି । ଅତୀତରେ ଭାରତୀୟ ତୈଳ ରିଫାଇନର ଇରାନୀ ତୈଳକୁ ପସନ୍ଦ କରୁଥିଲେ, କାରଣ ଏମାନେ ଅଧିକ ଡିଜେଲ ତିଅ ।ରି କରନ୍ତି । ତେବେ ଅଧିକାରୀଙ୍କ ଅନୁସାରେ ଅନ୍ତର୍ଜାତୀୟ କଟକଣା ହଟିବା ପରେ ହିଁ ଇରାନରୁ ତୈଳ ଆମଦାନୀ ନିମନ୍ତେ ଭାରତ ବିଚାର କରିପାରେ । କାରଣ ଋଷିଆ ଉପରେ ଜାରି କଟକଣା ଇରାନ ଭଳି ନୁହେଁ ବୋଲି ଅଧିକାରୀ କହିଛନ୍ତି । ତେବେ ଅଧିକାରୀଙ୍କ ଅନୁସାରେ ଭାରତ ନିମନ୍ତେ ଋଷୀୟ ତୈଳ ସେ ପର୍ଯ୍ୟନ୍ତ ଉପଯୁକ୍ତ ଯେଉ ଁପର୍ଯ୍ୟନ୍ତ ବ୍ୟାରଲ ପିଛା ଦର ୬୦ ଡଲାରରୁ ତଳେ ଥିବ । ଅଧିକ ହେଲେ ଭାରତ ଆମଦାନୀ ବନ୍ଦ କରିପାରେ ବୋଲି କହିଛନ୍ତି ।

Leave A Reply

Your email address will not be published.