ପୁରୁଷ କନିଷ୍ଠ ହକି ବିଶ୍ୱକପ: ଓଡ଼ିଶାର ୩ ଖେଳାଳ

Men's Junior Hockey World Cup: 3 players from Odisha

0 76

ରାଉରକେଲା, ୨୬ା୧୧ : ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ଡିସେମ୍ବର ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ପୁରୁଷ କନିଷ୍ଠ ହକି ବିଶ୍ୱ କପ୍‌ ଆରମ୍ଭ ହେବ । ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଘୋଷଣା ହୋଇସାରିଛି । ଏଥିରେ ଓଡ଼ିଶାର ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅମନଦୀପ ଲାକଡ଼, ସୁନୀଲ ଜୋଜୋ ଓ ସୁଦୀପ ଚିରମାକୋୟ ସୁନୀଲ ଓ ସୁଦୀପ ଲଗାତାର ଦ୍ୱିତୀୟ ଥର ପାଇଁ କନିଷ୍ଠ ବିଶ୍ୱ କପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ପୂର୍ବରୁ ୨୦୨୧ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା କନିଷ୍ଠ ବିଶ୍ୱ କପ୍‌ ପାଇଁ ଭାରତୀୟ ଦଳରେ ସୁନୀଲ ଓ ସୁଦୀପଙ୍କ ସହ ତୃତୀୟ ଓଡ଼ିଆ ଖେଳାଳି ଭାବେ ଅଭିଷେକ ଲାକଡ଼ା ସ୍ଥାନ ପାଇଥିଲେ । ଉକ୍ତ ପ୍ରତିଯୋଗିତାରେ ବିବେକ ସାଗର ପ୍ରସାଦଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା । ପୁରୁଷ କନିଷ୍ଠ ହକି ବିଶ୍ୱ କପ୍‌ ୧୯୭୯ ମସିହାରୁ ଆରମ୍ଭ ହୋଇଥିଲେ ବି ଏହା ସହ ଓଡ଼ିଶାର ସଂପର୍କ ୧୯୮୨ରୁ ଆରମ୍ଭ ହୋଇଛି । ୧୯୮୨ରେ ମାଲେସିଆରେ ଅନୁଷ୍ଠିତ ଦ୍ୱିତୀୟ କନିଷ୍ଠ ହକି ବିଶ୍ୱ କପ୍‌ ପାଇଁ ଓଡ଼ିଶାର ପିଟର୍‌ ତିର୍କି ଭାରତୀୟ ଦଳରେ ସାମିଲ ହୋଇଥିଲେ । ଏଥିସହ ପିଟର୍‌ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ହକି ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ । ଭାରତ ଉକ୍ତ ପ୍ରତିଯୋଗିତାରେ ପଞ୍ଚମ ସ୍ଥାନରେ ରହିଥିଲା । ପିଟର୍‌ ତିର୍କିଙ୍କ ପରେ ପୁନର୍ବାର ଭାରତୀୟ କନିଷ୍ଠ ଦଳରେ ସ୍ଥାନ ପାଇବା ପାଇଁ ଓଡ଼ିଆ ଖେଳାଳିଙ୍କୁ ଦୀର୍ଘ ୧୫ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ୧୯୯୭ରେ ଇଂଲଣ୍ଡର ମିଲଟନ୍‌ କେନେସରେ ଅନୁଷ୍ଠିତ ଷଷ୍ଠ ବିଶ୍ୱ କପରେ ଦିଲୀପ ତିର୍କି ଏବଂ ଲାଜାରୁସ୍‌ ବାର୍ଲାଙ୍କୁ ସୁଯୋଗ ମିଳିଥିଲା । ଲାଜାରୁସ୍‌ ଉକ୍ତ ଦଳର ଉପଅଧିନାୟକ ଥିଲେ । ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ୨-୧ ଗୋଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା । ୨୦୦୧ରେ ଅଷ୍ଟ୍ରେଲିଆର ହୋବାର୍ଟରେ ଅନୁଷ୍ଠିତ କନିଷ୍ଠ ବିଶ୍ୱକପରେ ଭାରତ ପ୍ରଥମଥର ପାଇଁ ବିଜେତା ହେବାର ଗୌରବ ଅର୍ଜନ କରିଥିଲା । ଗଗନଅଜିତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୬- ୧ ଗୋଲରେ ଆର୍ଜେଣ୍ଟ କୁଲୁ, ଅମରଦୀପ ଏକ୍କା ଏବଂ ବେଲସାଜର ହୋରୋ । କିନ୍ତୁ ଭାରତ ନୌରାଶ୍ୟଜନକ ପ୍ରଦର୍ଶନ କରି ୯ମ ସ୍ଥାନରେ ରହିଥିଲା । ୨୦୧୩ରେ ଦିଲ୍ଲୀରେ ଆୟୋଜିତ ପ୍ରତିଯୋଗିତାରେ ଓଡ଼ିଶାରୁ ଅମିତ ରୋହିଦାସ ଏବଂ ଗୋଲକିପର୍‌ ସୁଶାନ୍ତ ତିର୍କିଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ନିଜ ଦେଶରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାରତ ଶୋଚନୀୟ ପ୍ରଦର୍ଶନ କରି ୯ମ ସ୍ଥାନରେ ରହିଥିଲା । ୨୦୧୬ରେ ଲକ୍ଷେ୍ନøରେ ଅନୁଷ୍ଠିତ କନିଷ୍ଠ ବିଶ୍ୱ କପର ଏକାଦଶ ସଂସ୍କରଣରେ ଭାରତ ଦ୍ୱିତୀୟଥର ବିଜେତା ହେବାର ସେଭାଗ୍ୟ ପାଇଥିଲା । ଏହି ଦଳରେ ଓଡ଼ିଶାରୁ ଏକମାତ୍ର ଦୀପସାନ ତିର୍କି ଉପଅଧିନାୟକ ଭାବେ ସ୍ଥାନ ପାଇଥିଲେ । ଫାଇନାଲରେ ଆୟୋଜକ ଦଳ ୨-୧ ଗୋଲରେ ବେଲଜିୟମକୁ ହରାଇ ସ୍ୱର୍ଣ୍ଣ ଜିତିଥିଲା । ୨୦୨୧ରେ ଭାରତକୁ କ୍ରମାଗତ ତୃତୀୟଥର ପାଇଁ ଭୁବନେଶ୍ୱରଠାରେ ଏହି ବିଶ୍ୱ କପ୍‌ ଆୟୋଜନର ସୁଯୋଗ ମିଳିଥିଲା ଓ ଦଳ ଚତୁର୍ଥ ସ୍ଥାନରେ ରହିଥିଲା ।

Leave A Reply

Your email address will not be published.