ଆଇଫୋନ ତିଆରି କରିବ ଟାଟା କମ୍ପାନୀ

Tata company will make the iPhone

0 80

ମୁମ୍ବାଇ: ଦେଶର ଦିଗ୍ଗଜ ଟେକ୍‌ କମ୍ପାନୀ ଟାଟା ଗ୍ରୁପ ଏବେ କିଛି ନୂଆ କରିବାକୁ ଯାଉଛନ୍ତି । ନିକଟରେ ଟାଟା ତାଙ୍କର ମେଗା ପ୍ଲାନ ଉଜାଗର କରିଛନ୍ତି, ଯେଉଁଥିରେ ସମସ୍ତଙ୍କୁ ଏବେ ସ୍ୱଦେଶୀ ଆଇଫୋନ ମିଳିପାରିବ । ଭାରତୀୟ କମ୍ପାନୀ ଟାଟା ଏବେ ଦେଶରେ ଆଇଫାନ ତିଆରି କରିବେ । କମ୍ପାନୀ ଭାରତରେ ଆଇଫୋନ ତିଆରି କାମ ତ୍ୱରାନ୍ୱିତ କରିବାକୁ ଚାହୁଁଛନ୍ତି । ଏଥି ପାଇଁ ଟାଟା ଡୋମେଷ୍ଟିକ୍‌ ଓ ଗ୍ଲୋବାଲ ମାର୍କେଟ ପାଇଁ ଭାରତରେ ଆପଲ ଆଇଫୋନର ନିର୍ମାଣ କାମ ଆରମ୍ଭ କରିଦେବେ । କାମକୁ ତ୍ୱରାନ୍ୱିତ କରିବା ପାଇଁ ଟାଟା ଗ୍ରୁପଙ୍କ କମ୍ପାନୀ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ୧୨୫ ମିଲିୟନ ଡଲାରରେ ୱିଷ୍ଟର୍ଣ୍ଣ ଇନଫୋକମ ମେନୁଫାକ୍‌ଚରିଂ ପ୍ରାଇଭେଟ ଲିମିଟେଡକୁ କିଣି ନେଇଛନ୍ତି । ଟାଟା ଏବେ ତାଙ୍କର ସମ୍ପ୍ରସାରଣ ଯୋଜନାରେ ଏହାର କ୍ଷମତା ବୃଦ୍ଧି କରିବେ । ଏହି ୟୁନିଟ୍‌ରେ ମୋଟ ୫ହଜାର କୋଟି ଟଙ୍କା ନିବେଶ ହେବ । ବର୍ଷେରୁ ଦେଢ ବର୍ଷ ମଧ୍ୟରେ କମ୍ପାନୀ ୨୫ରୁ ୨୮ ହଜାର ଲୋକଙ୍କୁ ନିଯୁକ୍ତ କରିବେ । ଇଟିଙ୍କ ରିପୋର୍ଟ ଅନୁସାରେ ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କମ୍ପାନୀ ୟୁନିଟକୁ ବର୍ତ୍ତମାନର ଆକାର ଓ କ୍ଷମତାକୁ ଦେଢରୁ ୨ ଗୁଣା ବୃଦ୍ଧି କରିବାକୁ ବିଚାର କରୁଛନ୍ତି । ୨୦୦୮ ମସିହାରେ ୱିଷ୍ଟର୍ଣ୍ଣର ଭାରତରେ ପ୍ରବେଶ ହୋଇଥିଲା, ୨୦୧୭ ମସିହାରେ ଏହି କମ୍ପାନୀ ଆପଲ ନିମନ୍ତେ ଆଇଫୋନ ମାନୁଫ୍ୟାକ୍‌ଚରିଂ କରିବା ଆରମ୍ଭ କରିଥିଲା । ଏହି ପ୍ଲାଣ୍ଟରୁ ହିଁ ଆଇଫୋନ ୧୪ ମଡେଲର ପ୍ରଡକ୍ସନ ହୋଇଛି । ଏଠାରେ ଏବେ ୧୦ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ଟାଟା କମ୍ପାନୀ ଏହି ପ୍ଲାଣ୍ଟକୁ କ୍ରୟ କରି ଏକ ପ୍ରସଂଶନୀୟ କାମ କରିଛନ୍ତି ।ଏବେ ଟାଟା ଏହି କମ୍ପାନୀ କ୍ରୟ କରିବା ପରେ ଭାରତ ମାର୍କେଟରୁ ୱିଷ୍ଟର୍ଣ୍ଣ ଆଉଟ୍‌ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ ୱିଷ୍ଟର୍ଣ୍ଣ କମ୍ପାନୀ ବ୍ୟତୀତ ଭାରତରେ ପେଗାଟ୍ରନ ଓ ଫକ୍ସକନ ମଧ୍ୟ ଆଇଫୋନ ପ୍ରଡକ୍ସନ କରୁଛନ୍ତି । ଏବେ ଏହି ତାଲିକାକୁ ଏବେ ଟାଟାଙ୍କର ମଧ୍ୟ ଏଣ୍ଟ୍ରି ହୋଇଯାଇଛ।

Leave A Reply

Your email address will not be published.